Odisha Link
Bridging the Missing Links in Odisha

ମୌସୁମୀ ଆସିବା ପାଇଁ ବାଧକ ସାଜିଛି ବାତ୍ୟା

ଭୁବନେଶ୍ୱର : ବାତ୍ୟା ପ୍ରଭାବରେ ଓଡିଶାରେ ବିଳମ୍ବରେ ପହଞ୍ଚିପାରେ ମୌସୁମୀ । ପଶ୍ଚିମବଙ୍ଗ ଓ ଓଡିଶାକୁ ମୌସୁମୀ ବିଳମ୍ବରେ ଆସିପାରେ । ପୂର୍ବରୁ ଜୁନ ତୃତୀୟ ସପ୍ତାହରେ ମୌସୁମୀ ଓଡିଶା ଛୁଇଁବ ବୋଲି ଆକଳନ କରାଯାଉଥିଲା । ସ୍ଥଳଭାଗରେ ବାତ୍ୟା ବାୟୁ ମାଡ଼ ପରେ ମୌସୁମୀର ସ୍ଥିତି ଜଣାପଡିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଜୁନ ୮ରେ କେରଳରେ ମୌସୁମୀ ଛୁଇଁଥିଲା ।
ଅନ୍ୟପକ୍ଷରେ ପ୍ରଚଣ୍ଡ ରୋଦ୍ର ତାପରେ ଛଟପଟ ହେଉଛି ସାରା ଓଡ଼ିଶା । ୧୫ ତାରିଖ ପର୍ୟ୍ୟନ୍ତ ତାତିରୁ ନିସ୍ତାର ନଥିବା ବେଳେ ୧୬୫ ବ୍ଲକକୁ ହାଇ ଆଲର୍ଟ କରିଛି ପାଣିପାଗ ବିଭାଗ । ସମ୍ବଲପୁରରୁ ଭୁବନେଶ୍ୱର ହେଉ ଅବା ମଲାକାନାଗିରିରୁ ଚାନ୍ଦବାଲଇ ସବୁଠି ପାରଦ ଉପର ମୁହାଁ ହୋଇଛି ।

Comments are closed.