Odisha Link
Bridging the Missing Links in Odisha

ଯୁବକଙ୍କ ଗଳା କାଟି ହତ୍ୟା

ପାଲଲହଡା : ସମ୍ୱଲପୁରର ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି ତିଲେଇମାଲରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ଦୁର୍ବୃତ୍ତ ତାଙ୍କ ମୁଣ୍ଡ କାଟି ନେଇଯାଇ ଫେରାର ହେବା ଘଟଣା ପରେ ପୁଣି ସମ୍ନାକୁ ଆସିଛି ଆଉ ଏକ ଗଳା କଟା ହତ୍ୟା ଘଟଣା । ପାଲଲହଡା ଥାନା ଅନ୍ତର୍ଗତ ମୁକ୍ତାପୁର ରାଧାସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଯୁବକଙ୍କ ଗଳାକାଟି ହତ୍ୟା କରାଯାଇଛି । ମୃତକ ହେଲେ ରାଧାସାହିର ଭାଇଗ ନାଏକଙ୍କ ପୁଅ ପ୍ରଶ୍ନ ନାଏକ ।
ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟା ସମୟରେ ଗାଁ ନିକଟସ୍ଥ କେନାଲକୁ ଗାଧୋଇବା ପାଇଁ ଯାଇଥିଲେ ପ୍ରଶ୍ନ । ମାତ୍ର ସେ ଆଉ ଘରକୁ ଫେରିନଥିଲେ । ଘରଲୋକ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କୁ ପାଇନଥିଲେ । ବିଳମ୍ବିତ ରାତିରେ ଗାଁ ନିକଟରେ ଗଳା କଟା ହୋଇଥିବା ମୃତଦେହେ ପଡିଥିବାର ଗ୍ରାମବାସୀ ଦେଖିଥିଲେ । ଫଳରେ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । ତେବେ ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

Comments are closed.