Odisha Link
Bridging the Missing Links in Odisha

କମାଣ୍ଡାଣ୍ଟଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ

ଭୁବନେଶ୍ୱର : ଏସଓଜି କମାଣ୍ଡାଣ୍ଟ ଅନିରୁଦ୍ଧ ସିଂଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆସିଛି । ଟ୍ରେନିଂରେ ଥିବା ଏସଆଇ ବିଶ୍ୱଜିତ ବେହେରା ଏହି ଅଭିଯୋଗ ଆଣିଛନ୍ତି । ଟ୍ରେନରଙ୍କୁ କମାଣ୍ଡାଣ୍ଟ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରୁଥିବା ଶ୍ରୀ ବେହେରା ଅଭିଯୋଗ କରିଛନ୍ତି । ଟ୍ରେନିଂ କ୍ୟାମ୍ପରେ ବଳପୂର୍ବକ ଅଟକ ରଖାଯାଇଥିବା ସେ ଅଭଯୋଗ କରିଛନ୍ତି । ନ୍ୟାୟ ପାଇଁ ଏସଆଇ ଶ୍ରୀ ବେହେରା ଗଣମାଧ୍ୟମ ଜରିଆରେ ଡିଜିପିଙ୍କୁ ଗୁହାରି କରିଛନ୍ତି ।

ଅନ୍ୟପକ୍ଷରେ ଟ୍ରେନି ଏସଆଇଙ୍କ ବିରୋଧରେ ପାଲଟା ଅଭିଯୋଗ କଲେ ଏସଓଜି କମାଣ୍ଡାଣ୍ଟ ଅନିରୁଦ୍ଧ ସିଂ । ବିଶ୍ୱଜିତ ବରିଷ୍ଠ ଅଧିକାରୀଙ୍କୁ ଦୁର୍ବ୍ୟବହାର କରୁଥିବା ଶ୍ରି ସଂ ଅଭିଯୋଗ କରିଛନ୍ତି । ଏନେଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଡିଜିପିଙ୍କୁ ଜଣାଇବେ ବୋଲି କହିଛନ୍ତି ।

Comments are closed.