Odisha Link
Bridging the Missing Links in Odisha

ପ୍ରତି ଘରକୁ ମିଳିବ ଗୋଟିଏ ଲେଖାଏ ବାଲଟି

କଟକ : ରାଜ୍ୟ ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି। ଏହାରି ଭିତରେ ସହର ବାସୀଙ୍କ ପାଇଁ କେତେବେଳେ ମୋ ବସ୍‌ ତ କେତେବେଳେ ମୋ ସାଇକେଲ। ହେଲେ ଏବେ ରାଜ୍ୟ ସରକାର କଟକ ସହର ବାସୀଙ୍କ ପାଇଁ ଗୋଟେ ନୂଆ ଯୋଜନା ଆଣିଦେଇଛନ୍ତି। ସେହି ଯୋଜନାଟି ହେଉଛି ବାଲଟି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରିସାରିଥିବ ଯେ, ସରକାର ବାଲଟିକୁ ନେଇ ପୁଣି ଏକ ନୂଆ ଯୋଜନା କଣ କଲେ । ହଁ ଆଜ୍ଞା । ପ୍ରତି ଘରକୁ ମିଳିବ ଗୋଟିଏ ଗୋଟିଏ ବାଲଟି । କିନ୍ତୁ ପାଣି ରଖିବାକୁ ନୁହେଁ ଅଳିଆ ଉଠାଇବାକୁ ମିଳିବ ଏହି ବାଲଟି । ଅନ୍ୟପକ୍ଷରେ ଏବେ ଏହା ସାରା ରାଜ୍ୟରେ ଲାଗୁ ହେବ ନାହିଁ । ଏବେ ଏହା କେବଳ କଟକବାସୀଙ୍କ ପାଇଁ । କଟକବାସୀ ଅଳିଆ ଆବର୍ଜନାକୁ ଏଣେ ତେଣେ କିମ୍ବା ନାଳ ନର୍ଦ୍ଧମାରେ ନଫିଙ୍ଗି ଏହି ବାଲଟିରେ ରଖିବେ । କଟକ ସହରକୁ ସରସ ସୁନ୍ଦର କରିବା ପାଇଁ ଏକ ପାଇଲଟ ପ୍ରୋଜେକ୍ଟ କରାଯାଇଥିବା ନଗର ଉନ୍ନୟନ ମନ୍ତ୍ରୀ ପ୍ରତାନ ଜେନା କହିଛନ୍ତି । କଟକର ଜଳବନ୍ଦୀ ସମସ୍ୟାକୁ ନେଇ ମନ୍ତ୍ରୀ ଶ୍ରୀ ଜେନା ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀ ଶ୍ରୀ ଜେନାଙ୍କ ସୂଚନା ଅନୁଯାୟୀ ସହର ଭିତରେ ଡ୍ରେନ ପରିଷ୍କାର କରିବା ଉପରେ ଗୁରୁତ୍ୱ ଦିଆଯିବ । ଜାଇକା ଦ୍ୱାରା ଚାଲିଥିବା କାମ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହରକୁ ସରସ ସୁନ୍ଦର କରିବାକୁ କଟକ ପାଇଁ ପାଇଲଟ ପ୍ରୋଜେକ୍ଟ କରାଯାଇଛି । ଅଳିଆ, ଆବର୍ଜନା ଉଠାଇବା ପାଇଁ ପ୍ରତି ଘରକୁ ଗୋଟିଏ ଲେଖାଏଁ ବାଲଟି ଦିଆଯିବ । ସିଏମସି କର୍ମଚାରୀ ଘର ଘର ବୁଲି ଅଳିଆ ଆବର୍ଜନା ସଂଗ୍ରହ କରିବେ । କଟକରେ ଏହି ପାଇଲଟ ପ୍ରୋଜେକ୍ଟ ସଫଳ ହେଲେ ସାରା ଓଡ଼ିଶାରେ ଏହା କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।

Comments are closed.