Odisha Link
Bridging the Missing Links in Odisha

ଓ୍ବିଜଡମ୍‌ ଟ୍ରୀ ଗ୍ଲୋବାଲ ସ୍କୁଲରେ ହେବ ବିଶ୍ବ କବିତା ଉତ୍ସବ

ଭୁବନେଶ୍ବର: ଆସନ୍ତା ଜୁନ ୨୧ ତାରିଖ ଅନ୍ତର୍ଜାତୀୟ କବିତା ଦିବସ ଅବସରରେ ବିଶ୍ବବ୍ୟାପୀ ୧୬୦ଟି ସହରରେ ପାଳିତ ହେଉଛି ବିଶ୍ବ କବିତା ଉତ୍ସବ। ଏଥିରେ ଭୁବନେଶ୍ବର ମଧ୍ୟ ସାମିଲ ହୋଇଛି। ଭୁବନେଶ୍ବରର ପ୍ରସିଦ୍ଧ ଶିଶୁ ଶିକ୍ଷା ବିଦ୍ୟାଳୟ ଓ୍ବିଜଡମ୍‌ ଟ୍ରୀ ଗ୍ଲୋବାଲ ସ୍କୁଲ ଏହି ଉତ୍ସବକୁ ଆୟୋଜନ କରୁଛନ୍ତି।

୨୧ ତାରିଖ ସଂଧ୍ୟା ୫ଟାରେ ସ୍କୁଲ ପରିସରରେ ଥିବା ଜେପି ନାୟକ ପ୍ରେକ୍ଷାଳୟରେ ଏହି ଉତ୍ସବ ଅନୁଷ୍ଠିତ ହେବ। ଏହାକୁ ପରିଚାଳନା କରିବେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ ଅନୁବାଦକ ଓ କବି ସଂଗ୍ରାମ ଜେନା। ଏଥିରେ ଓଡ଼ିଶାର ପ୍ରାୟ ୪୦ ଜଣ କବି ଯୋଗଦେି କବିତା ପାଠ କରିବେ। ଚଳିତ ଥରର ଏହି ଉତ୍ସବର କେନ୍ଦ୍ର ବିଷୟ ରହିଛି ଯୁଦ୍ଧ ନୁହେଁ – ଶାନ୍ତି କୋଳାଅ

ଉତ୍ସବରେ କବିତା ପଢ଼ିବାକୁ ଥିବା ନିମନ୍ତ୍ରିତ କବିମାନେ ହେଲେ ଅଗ୍ନିବେଶ ମହାପାତ୍ର, ଅଜୟ ସ୍ବାଇଁ, ଅଜିତ ପାତ୍ର, ଅପର୍ଣ୍ଣା ମହାନ୍ତି, ଭାଗ୍ୟଲିପି ମଲ୍ଲ, ଭାରତ ମାଝୀ, ବିଭୂ ପାଢ଼ୀ, ଚିରଶ୍ରୀ ଇନ୍ଦ୍ରସିଂହ, ଦୀପକ ସାମନ୍ତରାଇ, ଗାୟତ୍ରୀବାଳା ପଣ୍ଡା, ଗୋପା ନାୟକ, ହିରଣ୍ମୟୀ ମିଶ୍ର, ଇପ୍ସିତା ମିଶ୍ର, ଷପ୍ସିତା ଷଡ଼ଙ୍ଗୀ, ଜ୍ଞାନୀ ଦେବାଶିଷ ମିଶ୍ର, ମମତା ତ୍ରିପାଠୀ, ପ୍ରବାସିନୀ ମହାଖୁଡ଼, ପ୍ରଦୀପ ବିଶ୍ବାଳ, ପ୍ରଜ୍ଞାଶ୍ରୀ ରଥ, ପ୍ରକାଶ ମହାପାତ୍ର, ପ୍ରମୋଦ ପ୍ରଧାନ, ପ୍ରସନ୍ନା ସ୍ବାଇଁ, ରବୀନ୍ଦ୍ର ସ୍ବାଇଁ, ରକ୍ଷକ ନାୟକ, ରତ୍ନମାଳା ସ୍ବାଇଁ, ସରୋଜ ବଳ, ସମରେନ୍ଦ୍ର ମହାପାତ୍ର, ଶକ୍ତି ମହାନ୍ତି, ସେନାପତି ପ୍ରଦ୍ୟୁମ୍ନ କେଶରୀ, ସୃଷ୍ଟିଶ୍ରୀ ନାୟକ, ଶୁଭଶ୍ରୀ ଶୁଭସ୍ମିତା ମିଶ୍ର, ଶୁଭ୍ରାଂଶୁ ପଣ୍ଡା, ସୁନୀଲ ପୃଷ୍ଟି, ସୁରେଶ ନାୟକ, ସୂର୍ଯ୍ୟ ମିଶ୍ର, ଶୁଭଶ୍ରୀ ଲେଙ୍କା ଓ ସ୍ବପ୍ନା ବେହରା।

Comments are closed.