Odisha Link
Bridging the Missing Links in Odisha

ମୁଗାମ୍ବୋଙ୍କ ୮୭ ତମ ଜନ୍ମଦିବସରେ ଶ୍ରଦ୍ଧାଞ୍ଜଳି ଦେଲା ଗୁଗୁଲ

ନୂଆଦିଲ୍ଲୀ: ଆଜି ପ୍ରସିଦ୍ଧ ଭାରତୀୟ ସିନେ ତାରକା ଅମରେଶ ପୁରିଙ୍କ ୮୭ ତମ ଜନ୍ମଦିବସ ଅବସରରେ ଗୁଗୁଲ ଡୁଡ଼ୁଲ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜଣାଯାଇଛି। ଗୁଗୁଲ ନିଜ ହୋମପେଜରେ ଭେଟେରାନ କଳାକାର ଅମରେଶ ପୁରିଙ୍କ ଫଟୋ ସ୍ଥାନ ଦେଇଛି। ଅମରେଶ ୧୯୩୨ ମସିହାରେ ଜୁନ୍‌ ୨୨ରେ ପଞ୍ଜାବ ସହରରେ ଜନ୍ମଗ୍ରହଣ କରିଥିଲେ। ୩୯ ବର୍ଷ ବୟସରେ ଅମରେଶ ଭାରତୀୟ ସିନେ ଜଗତରେ ନିଜର କଳାକାର ଜୀବନ ଆରମ୍ଭ କରିଥିଲେ। ତାପରେ ଅମରେଶ ପୁରି ଭାରତୀୟ ସିନେ ଜଗତ ଇତିହାସର ଚର୍ଚ୍ଚିତ ଖଳନାୟକ ଥିଲେ। ଏଥି ସହିତ ଅମରେଶ ହିନ୍ଦୀ ଭାଷା ବ୍ୟତୀତ କନ୍ନଡ଼, ତାଲିମ, ତେଲୁଗୁ, ମାଲାୟାଲାମ ଏବଂ ଇଂରାଜୀ ଭାଷାରେ ୪୦୦ରୁ ଉର୍ଦ୍ଧ ଚଳଚିତ୍ରରେ ଅଭିନୟ କରିଛନ୍ତି।

୯୦ ଦଶକରେ ଭାରତୀୟ ସିନେ ଜଗତର ଚର୍ଚ୍ଚିତ କଳାକାର ଥିଲେ ଅମରେଶ। ୧୯୮୭ ମସିହା ମିଷ୍ଟର ଇଣ୍ଡିଆ ଫିଲ୍ମରେ ମୁଗାମ୍ବୋ ଚରିତ୍ରରେ ଅଭିନୟ କରିଥିଲେ ଏବଂ ତାଙ୍କ ଡାଇଲଗ ‘ମୁଗାମ୍ବୋ ଖୁସ୍‌ ହୋଗେୟା’ ସମସ୍ତ ସିନେ ପ୍ରେମୀଙ୍କ ମନକୁ ଛୁଇଁ ଥିଲା। ଅମରେଶଙ୍କ କିଛି ସ୍ମରଣୀୟ ଚରିତ୍ର ଯାହା ସବୁସିନେ ପ୍ରେମୀଙ୍କ ମନ ଜିଣିଥିଲା। ଠାକୁର ବଳଦେବ ସିଂଙ୍କ ଚରିତ୍ର ଦିଲଓ୍ବାଲେ ଦୁଲହନିଆ ଲେ ଜାଏଙ୍ଗେ, କରଣ ଅର୍ଜୁନ ଫିଲ୍ମରେ ଠାକୁର ଦୁର୍ଜନ ସିଂ,ଗଦ୍ଦାର: ଏକ ପ୍ରେମ କଥା ଫିଲ୍ମରେ ମେୟର ଅଶ୍ରଫ ଅଲ୍ଲୀ ଅଭିନୟରେ ସିନେ ପ୍ରେମୀଙ୍କ ମନ ଜିଣିଥିଲେ। ସୂଚନାଥାଉକି, ଅମରେଶ ପୁରି ୭୨ ବର୍ଷ ବୟସରେ ଅର୍ଥାତ୍‌ ୨୦୦୫ ଜାନୁଆରୀ ୧୨ ତାରିଖରେ ମୃତ୍ୟୁ କରିଥିଲେ।

Comments are closed.