Odisha Link
Bridging the Missing Links in Odisha

ଓ୍ବିଜଡମ୍‌ ଟ୍ରୀ ଗ୍ଲୋବାଲ ସ୍କୁଲରେ ବିଶ୍ବ କବିତା ଉତ୍ସବ

ଭୁବନେଶ୍ବର: ଜୁନ ୨୧ ତାରିଖ ବିଶ୍ବ କବିତା ଦିବସ ଅବସରରେ ସ୍ଥାନୀୟ ଦ ଓ୍ବିଜଡମ୍‌ ଟ୍ରୀ ଗ୍ଲୋବାଲ ସ୍କୁଲ ପରିସରରେ ଏକ ସାହିତ୍ୟିକ ସମାବେଶ ଆୟୋଜିତ ହୋଇଥିଲା। ଏଥିରେ ଭୁବନେଶ୍ବର, କଟକ ଓ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୨୦ରୁ ଅଧିକ କବି ଯୋଗଦେଇ କବିତା ପାଠ କରିଥିଲେ।

ବିଶ୍ବ କବିତା ଉତ୍ସବ ତରଫରୁ ଓ୍ବାର୍ଲ୍ଡ ପୋଏଟ୍ରୀ ଇନିସିଆକ୍ଟିଭ୍‌ ନାମରେ ଗତକାଲି ବିଶ୍ବବ୍ୟାପୀ ୧୬୦ଟି ଦେଶର ବିଭିନ୍ନ ସହରରେ ଏଭଳି କବିତା ଉତ୍ସବ ଆୟୋଜିତ ହୋଇଥିବା ବେଳେ ଏଥିରେ ଭୁବନେଶ୍ବର ମଧ୍ୟ ସାମିଲ ହୋଇଛି। । ଏଥିରେ ଭୁବନେଶ୍ବର ମଧ୍ୟ ସାମିଲ ହୋଇଛି।

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ଓ ଅନୁବାଦକ ସଂଗ୍ରାମ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଧ୍ୟ କବିତା ଉତ୍ସବରେ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ କଥାକାର ଶୁଭ୍ରାଂଶୁ ପଣ୍ଡା। କବିତା ସଂଯୋଜନା କରିଥିଲେ କବି ସରୋଜ ବଳ।

ଉତ୍ସବରେ ଅଗ୍ନିବେଶ ମହାପାତ୍ର, ଅଜିତ ପାତ୍ର, ଜ୍ଞାନୀ ଦେବାଶିଷ ମିଶ୍ର, ଶକ୍ତି ମହାନ୍ତି, ପ୍ରକାଶ ମହାପାତ୍ର, ପ୍ରମୋଦ ପ୍ରଧାନ, ରକ୍ଷକ ନାୟକ, ସୁରେଶ ନାୟକ, ରବୀନ୍ଦ୍ର ସ୍ବାଇଁ, ନିହାର ରଂଜନ ପରିଡ଼ା, ଶୁଭଶ୍ରୀ ଶୁଭସ୍ମିତା ମିଶ୍ର, ଦୀପକ ସାମନ୍ତରାଏ, ସଂଗ୍ରାମ ଜେନା, ଶୁଭ୍ରାଂଶୁ ପଣ୍ଡା, ସରୋଜ ବଳ, ସ୍ବପ୍ନା ବେହେରା, ମମତା ତ୍ରିପାଠୀ, ଅପର୍ଣ୍ଣା ମହାନ୍ତି, ରତ୍ନମାଳା ସ୍ବାଇଁ, ଗୋପା ନାୟକ, ଶୁଭଶ୍ରୀ ଲେଙ୍କା ଓ ସୃଷ୍ଟିଶ୍ରୀ ନାୟକ ପ୍ରମୁଖ କବିତା ପଢ଼ିଥିଲେ।

କବିତା ପାଠ ପରେ ପ୍ରକାଶ ମହାପାତ୍ର ବଂଶୀବାଦନ କରିଥିବା ବେଳେ ଅପଣ୍ଡା ମହାନ୍ତି, ମମତା ତ୍ରିପାଠୀ ଓ ସରୋଜ ବଳ କଣ୍ଠସଂଗୀତ ପରସିଥିଲେ।

ଉତ୍ସବକୁ ପରିଚାଳନା କରିଥିଲେ ବିଦ୍ୟାଳୟର ଉପଦେଷ୍ଟା ରତ୍ନମାଳା ସ୍ବାଇଁ।

Comments are closed.