Odisha Link
Bridging the Missing Links in Odisha

ହର୍ଣ୍ଣ ଉପରେ କଟକଣା

ଭୁବନେଶ୍ବର : ଘରୋଇ ବସ ଉପରେ ଚଢାଉ । ଭୁବନେଶ୍ବର ଆରଟିଓ ପକ୍ଷରୁ ରାଜଧାନୀର ବିଭିନ୍ନ ଘରୋଇ ବସ୍ ଉପରେ ଆଜି ଚଢାଉ କରାଯାଇଛି । ଯେଉଁ ବସ୍ ଗୁଡିକରେ ଅଧିକ ଶବ୍ଦ କରୁଥିବା ହର୍ଣ୍ଣ ଲାଗିଛି ସେସବୁ ହର୍ଣ୍ଣକୁ ଖୋଲିଦିଆଯାଇଛି । ଆଗକୁ ଏଭଳି ହର୍ଣ୍ଣ ଲଗାଇଲେ ପରମିଟ୍ କଟାଯିବ ବୋଲି ମଧ୍ୟ ସୂଚନା ଦିଆଯାଇଛି । ବସ୍ ଗୁଡିକ ଅଧିକ ହର୍ଣ୍ଣ କରି ଯିବାବେଳେ ସାଧାରଣ ଯାତ୍ରୀ ଅସୁବିଧା ଭୋଗୁଛନ୍ତି । ଯାହାକୁ ନେଇ ଏଭଳି ପଦକ୍ଷେପ ନିଆଯାଇଛି ।

Comments are closed.