Odisha Link
Bridging the Missing Links in Odisha

ଆଜି ଆଂଶିକ ଚନ୍ଦ୍ରଗ୍ରହଣ

ଭୁବନେଶ୍ବର : ୧୪୯ ବର୍ଷ ପରେ ଆଜି ପ୍ରତୀୟମାନ ହେବ କେତୁଗ୍ରସ୍ତ ଆଂଶିକ ଚନ୍ଦ୍ରଗ୍ରହଣ । ଏହି ବିରଳ ମହାଜାଗତିକ ଦୃଶ୍ୟ ଭାରତ ସମେତ ଅଷ୍ଟ୍ରେଲିଆ, ଆଫ୍ରିକା, ଏସିଆ ମହାଦେଶରେ ଦେଖିବାକୁ ମିଳିବ । ରାତି ଗୋଟିଏ ୩୧ରେ ଚନ୍ଦ୍ରଗହଣ ଲାଗିବ ଏବଂ ରାତି ୪ଟା ୨୯ରେ ମୋକ୍ଷ ହେବ । ଏହି ସମୟରେ ଚନ୍ଦ୍ର ଓ ପୃଥିବୀ ନିକଟରେ ରହିବାରୁ ଏହାକୁ ‘ସୁପର୍ ମୁନ୍ ’ କୁହାଯାଇଛି ।

ଏହା ହେଉଛି ଚଳିତ ବର୍ଷର ଦ୍ବିତୀୟ ଚନ୍ଦ୍ରଗ୍ରହଣ । ମଙ୍ଗଳବାର ଚନ୍ଦ୍ରଗ୍ରହଣ । ଏହା ହେଉଛି କେତୁଗ୍ରସ୍ତ ଆଂଶିକ ଚନ୍ଦ୍ରଗ୍ରହଣ । ରାତି ଗୋଟେ ୩୧ ରୁ ଗ୍ରହଣ ଆରମ୍ଭ ହୋଇ ୪ ଟା ୨୯ ମିନିଟ୍ ରେ ଶେଷ ହେବ । ରାତି ୧୨ ଟା ୧୩ ମିନିଟ୍ ରେ ଏହାର ପ୍ରଭାବ ଆକାଶରେ ଜଣାପଡ଼ିବ । ସମୁଦାୟ ୨ ଘଣ୍ଟା ୫୮ ମିନିଟ୍ ଧରି ଏହି ମହାଜାଗତିକ ଦୃଶ୍ୟ ପ୍ରତୀୟମାନେ ହେବ । ଏହି ଚନ୍ଦ୍ର ଗ୍ରହଣ ଏସିଆ, ୟୁରୋପ, ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ ଆଦି ଦେଶରେ ଦେଖାଯିବ । ତେବେ ଓଡ଼ିଶାରେ ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ଘରେ ରହି ଏହାକୁ ଖାଲି ଆଖିରେ ଦେଖିବାକୁ ପ୍ଲାନେଟୋରିୟମ୍ ପକ୍ଷରୁ କୁହାଯାଇଛି ।
ତେବେ ହିନ୍ଦୁ ରୀତିନୀତି ଅନୁଯାୟୀ ୪ଟା ୩୦ ପରଠାରୁ ପାକ ନିଷେଧ ରହିବ । ସେହିପରି ଅପରାହ୍ନ ୪ଟା ୩୦ ସୁଦ୍ଧା ସନ୍ଧ୍ୟା ଧୂପ ହୋଇ ନୀତି ସମ୍ପନ୍ନ ହେବ । ଏହା ପରଠୁ ସମସ୍ତ ଦେବାଳୟ ବନ୍ଦ ରହିବ ବୋଲି ପୂଜକ କହିଛନ୍ତି ।୧୮୭୦ରେ ଏପରି ଗ୍ରହଣ ଲାଗିଥିଲା । ବିଜ୍ଞାନ ଛାତ୍ରଛତ୍ରୀଙ୍କ ଲାଗି ଏହା ଶିକ୍ଷଣୀୟ ହେବାକୁ ଥିବା ବେଳେ ସାଧାରଣ ଲୋକେ ଏହି ବିରଳ ଦୃଶ୍ୟକୁ ଉପଭେ।ଗ କରି ପାରିବେ ।

Comments are closed.