Odisha Link
Bridging the Missing Links in Odisha

ଛାତ୍ରୀଙ୍କ ବେକ କାଟିଲା ଯୁବକ

ଯାଜପୁର : ଏକତରଫା ପ୍ରେମର କରୁଣ ପରିଣତି ।   ଯାଜପୁରରେ ଏକତରଫା  ପ୍ରେମକୁ ନେଇ ଜଣେ ଯୁବକ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ବେକ କାଟି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ଆସିଛି । ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯିବା ସହ ଅଭିଯୁକ୍ତ ଯୁବକକୁ ପୋଲିସ ଗିରଫ କରିଛି ।

ଯାଜପୁର ଜିଲ୍ଲାରେ ସ୍ଥାନୀୟ ଜଣେ ଯୁବକ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଏକ ତରଫ ପ୍ରେମ କରୁଥିଲେ । ଛାତ୍ରୀଜଣଙ୍କୁ ଏକ ନିଛାଟିଆ ସ୍ଥାନକୁ ଡାକି ନିଜ ପ୍ରେମ ନିବେଦନ କରିଥିଲେ । ଛାତ୍ରୀ ଜଣକ ଯୁବକର କଥାରେ ରାଜି ନ ହୋଇନଥିଲେ । ଫଳରେ ଏକ ଧାରୁଆ ଅସ୍ତ୍ରରେ ଯୁବକଜଣକ ଛାତ୍ରୀଙ୍କ ବେକ କାଟି ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଛାତ୍ରୀଜଣକ ଗୁରୁତର ହୋଇପଡ଼ିଥିଲେ । ସ୍ଥାୟୀୟ ଲୋକେ ଗୁରୁତର ଅବସ୍ଥାରେ ଛାତ୍ରୀଜଣଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରିବା ସହ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ।

Comments are closed.