Odisha Link
Bridging the Missing Links in Odisha

ଯୌତୁକ ପାଇଁ ନବବଧୂ ହତ୍ୟା

ଯାଜପୁର : ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଗୁଣ୍ଡୁରିପଡ଼ା ଗାଁରୁ ଏକ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଆସିଛି । ଯୌତୁକ ପାଇଁ ଜଣେ ମହିଳାଙ୍କୁ ତାଙ୍କ ଶାଶୂଘର ଲୋକ ତଣ୍ଟି କାଟି ହତ୍ୟା କରିଛନ୍ତି।
ମୃତ ମହିଳା ହେଲେ ରୀତା ଦଳେଇ। ରୀତାଙ୍କୁ ତାଙ୍କ ଯାଆ, ନଣନ୍ଦ ଓ ଶାଶୂ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ମୃତ ମହିଳାଙ୍କ ଭାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ଏହି ହତ୍ୟାକାଣ୍ଡ ବେଳେ ଘରେ ରୀତାଙ୍କ ଶ୍ୱଶୁର ନଥିବା ସୂଚନା ମିଳିଛି। ତିନିବର୍ଷ ତଳେ ରୀତା ବାହା ହୋଇଥିଲେ। ତାଙ୍କ ନାଁ ଦିଗମ୍ବର ଦଳେଇ। ତାଙ୍କ ସ୍ୱାମୀ ବାହାରେ ରହନ୍ତି ବୋଲି ଜଣାପଡ଼ିଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Comments are closed.