Odisha Link
Bridging the Missing Links in Odisha

୬ ମାସ ଜେଲରେ ରହିବେ ଏହି ବଲିଉଡ ସୁନ୍ଦରୀ

ମୁମ୍ବାଇ: ବଲିଉଡ଼ର ଜଣାଶୁଣା ଅଭିନେତ୍ରୀ କୋଏନା ମିତ୍ରଙ୍କୁ ୬ ମାସ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି ମୁମ୍ବାଇର ଏକ କୋର୍ଟ। ଏକ ଚେକ୍‌ ବାଉନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏହି ଅଭିନେତ୍ରୀ ଜଣକ।  ଏଥି ସହିତ ଅଭିଯୋଗକାରିଣୀ ପୁନମ୍‌ ସେଠୀଙ୍କୁ ୪.୬୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ଅନ୍ଧେରୀ ମେଟ୍ରୋପଲିଟାନ୍‌ କୋର୍ଟ ମାଜିଷ୍ଟ୍ରେଟ୍‌।

୨୦୧୩ର ଏହି ମାମଲା ଅନୁଯାୟୀ କୋଏନା ୨୨ ଲକ୍ଷ ଟଙ୍କା ପୁନମ୍‌ଙ୍କଠାରୁ କରଜ ନେଇ ଦେଇ ନଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ୩ ଲକ୍ଷ ଟଙ୍କାର ଏକ ଚେକ୍‌ ଦେଇଥିଲେ। କିନ୍ତୁ ଏହାକୁ ବ୍ୟାଙ୍କ ଗ୍ରହଣ କରି ନ ଥିଲା। ମାମଲା କୋର୍ଟରେ ଗଡ଼ିବା ପରେ ଶେଷରେ କୋଏନାଙ୍କୁ ଜେଲ୍‌ଦଣ୍ଡାଦେଶ ମିଳିଛି। ମଡେଲ ତଥା ବଲିଉଡର ଏହି ଅଭିନେତ୍ରୀ ଜଣକ ମ୍ୟୁଜିକ ଭିଡିଓ ଓ ବଲିଉଡ ଫିଲ୍ମ ରେ କାମ କରିଛନ୍ତି। ରାମ ଗୋପାଳ ବର୍ମାଙ୍କ ଫିଲ୍ମ ‘ରୋଡ’ରେ ଅତିଥି କଳାକାର ରୂପେ ପ୍ରଥମେ ନଜର ଆସିଥିବା ବେଳେ ପରବର୍ତୀ ସମୟ ରେ ‘ ମୁସାଫିର’, ଏକ ଲଡିକ ଏକ ହସିନା ଓ ‘ ଅପନା ସପନା ମନି ମନି’ ରେ ନଜର ଆସିଥିଲେ।

Comments are closed.