Odisha Link
Bridging the Missing Links in Odisha

ଚର୍ଚ୍ଚାରେ ମୋଦିଙ୍କ ସ୍ପେଶାଲ ଫ୍ରେଣ୍ଡ, ଜାଣନ୍ତୁ କିଏ ସେ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ନିଆର ଜୀବନ ଏବଂ କାର୍ଯ୍ୟଶୈଳୀକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ବେଳେ ବେଳେ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥାଏ ପ୍ରଧାନମନ୍ତ୍ରୀ ମୋଦିଙ୍କୁ। ଗୋଟେ ସାଧାରଣ ପରିବାରରୁ ଆସି ଦେଶର ଶାସନଭାର ଧରିବା ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିପାରିଛି। ସମାଜର ସବୁ ବର୍ଗର ଲୋକଙ୍କ ସହ ମିଶିବା ତାଙ୍କସହ କଥା ହବା ଯାହାକି ତାଙ୍କୁ ଅଧିକ ଲୋକପ୍ରିୟ କରିପାରିଛି।

ଆଜି ଏଭଳି ଅନ୍ୟ ଏକ ଅନ୍ଦାଜରେ ମୋଦିଙ୍କୁ ଦେଖିବାକୁ ମିଳିଛି ମୋଦିଙ୍କୁ। ସୋସିଆଲ ମିଡିଆରେ ବେଶ ସକ୍ରିୟ ରହୁଥିବା ମୋଦି ମଙ୍ଗଳବାର ଏମିତି ଏକ ଫଟୋ ନିଜ ଇନଷ୍ଟାଗ୍ରାମ ପେଜରେ ଛାଡିଛନ୍ତି ଯାହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଆଜି ଅପରାହ୍ନରେ ମୋଦି ନିଜ ଇନଷ୍ଟାଗ୍ରାମ ପେଜରେ ଏକ କୁନି ଶିଶୁ ସହ ଖେଳୁଥିବାର ଫଟୋ ପୋଷ୍ଟ କରିଛନ୍ତି। ଆଉ ଫଟୋ ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି, ଜଣେ ଖାସ୍ ବନ୍ଧୁ ମୋତେ ଦେଖା କରିବାକୁ ସଂସଦକୁ ଆସିଛନ୍ତି। ଏହି ଫଟୋରେ ମୋଦି ତାଙ୍କ କୁନି ବନ୍ଧୁଙ୍କ ସହ ଖେଳୁଥିବାର ଦେଖିବାକୁ ମିଳିଛି।

ପ୍ରଧାନମନ୍ତ୍ରୀ ମୋଦି ଏହି ଫଟୋ ସେୟାର କରିବା ପରେ, ମୋଦିଙ୍କର ଏହି ଖାସ୍ କୁନି ବନ୍ଧୁ କିଏ ତାହା ଜାଣିବା ପାଇଁ ସମସ୍ତଙ୍କର ଆଗ୍ରହ ବଢିଯାଇଛି। ତେବେ ମୋଦିଙ୍କର ଏହି କୁନି ବନ୍ଧୁ ଜଣଙ୍କ ହେଉଛନ୍ତି ବିଜେପି ସାଂସଦ ସତ୍ୟନାରାୟଣ ଜାଟିଆଙ୍କ ନାତି। ସଂସଦ ପରିସରକୁ ନିଜ ନାତି ସହ ସତ୍ୟନାରାୟଣ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭେଟ କରାଇଥିଲେ। ଆଉ ମୋଦି ମଧ୍ୟ ସତ୍ୟନାରାୟଣଙ୍କ ନାତିକୁ କୋଳେଇ ନେବା ସହ ଚକୋଲେଟ ଦେଇ ବେଶ କିଛି ସମୟ ଖେଳିଥିଲେ।

Comments are closed.