Odisha Link
Bridging the Missing Links in Odisha

ପାଟକୁରା ନିର୍ବାଚନ ଫଳାଫଳ

ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ପାଟକୁରା ନିର୍ବାଚନର ଭୋଟ ଗଣତି ଜାରିରହିଛି ।
ପ୍ରଥମ ରାଉଣ୍ଡ: ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥିନୀ ସାବିତ୍ରୀ ଅଗ୍ରୱାଲଙ୍କୁ ୬୮୩୫ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୩୮୦୮ ଖଣ୍ଡ ଭୋଟ ମିଳିଛି । ପ୍ରଥମେ ବିଜେଡ଼ି ଗଡ଼ କୁହାଯାଉଥିବା ଡେରାବିଶ ବ୍ଲକର ଭୋଟ ଗଣତି ହେଉଥିବାବେଳେ ପରେ ଗରଦପୁର ଓ ମାର୍ଶାଘାଇ ବ୍ଲକର ଭୋଟ ଗଣତି କରାଯାଇଛି ।
ଦ୍ୱିତୀୟ ରାଉଣ୍ଡ: ଦ୍ବିତୀୟ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ୧୨୪୭୪ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୯୦୪୮ ଖଣ୍ଡ ଭୋଟ ମିଳିଛି ।
ଦ୍ୱିତୀୟ ରାଉଣ୍ଡରେ ବିଜେପିର ପ୍ରଦର୍ଶନ ପ୍ରଥମ ରାଉଣ୍ଡ ଅପେକ୍ଷା ବେଶ ଭଲ ଥିଲା । ତେବେ ମୋଟ ଭୋଟ ହିସାବକୁ ନେଲେ ବିଜେପି ପ୍ରାୟ ୩୪୦୦ ଭୋଟ ପଛରେ ରହିଛି ।
ତୃତୀୟ ରାଉଣ୍ଡ : ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ୧୯୦୫୦ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୧୨୭୧୩ ଖଣ୍ଡ ଭୋଟ ମିଳିଛି। ବହୁ ପ୍ରତୀକ୍ଷିତ ପାଟକୁରା ନିର୍ବାଚନର ଭୋଟ ଗଣତି ଜାରିରହିଛି ।
ଚତୁର୍ଥ ରାଉଣ୍ଡ : ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ୨୫୨୧୪ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୧୭୭୮୩ ଖଣ୍ଡ ମିଳିଛି ।
ପଞ୍ଚମ ରାଉଣ୍ଡ : ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ୩୦୬୦୦ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୨୧୯୨୭ ଖଣ୍ଡ ଭୋଟ ମିଳିଛି ।
ଷଷ୍ଠ ରାଉଣ୍ଡ : ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ୩୬୬୧୨ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୨୬୦୮୦ ଖଣ୍ଡ ଭୋଟ ମିଳିଛି ।

ସପ୍ତମ ରାଉଣ୍ଡ: ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ୪୨୦୩୭ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୩୦୨୪୬ ଖଣ୍ଡ ଭୋଟ ମିଳିଛି ।

Comments are closed.