Odisha Link
Bridging the Missing Links in Odisha

ପାଣି ଘେରରେ ବାଙ୍କୀର ୨୦ଟି ପଞ୍ଚାୟତର ଲୋକେ

ଭୁବନେଶ୍ବର : ବନ୍ୟା ଜଳ ଆସିବାରୁ ବାଙ୍କୀରେ ସ୍ଥିତି ଗମ୍ଭୀର ହୋଇଛି। ବାଙ୍କୀର ବିଭିନ୍ନ ଗାଁରେ ବନ୍ୟା ପାଣି ପ୍ରବେଶ କରିଛି। ପ୍ରାୟ ୨୦ ଟି ପଞ୍ଚାୟତ ପାଣିଘେରରେ ରହିଛି। ବ୍ରହ୍ମପୁରା ଗାଁରେ ଲୋକେ ପୁରା ଜଳବନ୍ଦୀ ହୋଇଯାଇଛନ୍ତି। କାଲି ବନ୍ୟା ପାଣିରେ ଭାସି ଯାଇ ବସନ୍ତ ସାମଲ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଆଜି ବିଡିଓ ଏବଂ ତହସିଲଦାର ମୃତକଙ୍କ ପରିବାରକୁ ଭେଟି ପ୍ରଶାସନ ପକ୍ଷରୁ ୨୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ଏବେ ପାଣି ଘେରରେ ୨୦ଟି ପଞ୍ଚାୟତ ପୁରା ଫସି ରହିଛି।
୪୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ପାଣି ଘେରରେ ଲୋକେ ଫସିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ରିଲିଫ୍ ପହଁଞ୍ଚି ନଥିବା ବନ୍ୟା ପିଡୀତ ଅଭିଯୋଗ କରିଛନ୍ତି। କିଛି ସ୍ଥାନରେ ଶୁଖିଲା ଖାଦ୍ୟ ପ୍ରଶାସନ ପହଁଚାଇଛି। ଆଜି ପାଣି ଆହୁରି ବଢ଼ିବାର ସମ୍ଭାବନା ଥିବାରୁ ଏହା ବନ୍ୟା ସ୍ଥିତି ସଙ୍ଗୀନ ହେବା ଆଶଙ୍କା ସୃଷ୍ଟି ହେଲାଣି। କୁସପଙ୍ଗି-ବାଙ୍କୀ ଆପ୍ରୋଚ ରୋଡ ପାଣିରେ ପୁରା ଧୋଇଯାଇଛି। ସେହିପରି ରାସ୍ତା ଉପରେ ବନ୍ୟା ଜଳ ପ୍ରଭାବିତ ହେଉଥିବାରୁ ବୈଦେଶ୍ୱର-ବାଙ୍କୀ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପ୍ରଶାସନ ତରଫରୁ ୨୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ସମସ୍ତଙ୍କୁ ସେଠାରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି।

Comments are closed.