Odisha Link
Bridging the Missing Links in Odisha

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦୁଇ ଶ୍ରମିକ ମୃତ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବରକାନୀ ଗାଁର ଘଟିଛି ଏଭଳି ଅଭାବନୀୟ ଘଟଣା। ପାଣି ଟାଙ୍କି ମରାମତି କରୁଥିବା ସମୟରେ ଅଘଟଣ ଘଟିଛି।
ପ୍ରଥମେ ଜଣେ ଶ୍ରମିକ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଶ୍ରମିକ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଫଳରେ ଉଭୟଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ପଶ୍ଚିମବଙ୍ଗର ଗଙ୍ଗା ହୁସେନ୍‌ ଏବଂ ଦିଲବର୍ ହୁସେନ୍। ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ମେଡିକାଲ ପଠାଇଛି।

Comments are closed.