Odisha Link
Bridging the Missing Links in Odisha

ବିଜେପି ମୋତେ ପଚାରୁନି: ଦାମ ବାବୁ

ଭୁବନେଶ୍ୱର : ବିଜେପିକୁ ଆସି ଏବେ ପଶ୍ଚାତାପ କରୁଛନ୍ତି ଦାମଦୋର ରାଉତ। ଏକଥା ଆମେ କହୁନାହୁଁ। ଆଜି ଯେଭଳି ସେ ମନ୍ତବ୍ୟ ଦେଇଛନ୍ତି ସେଥିରୁ ଏହା ବୁଝାପଡ଼ୁଛି। ବିଜେପି ନେତାମାନେ ମୋତେ ଆଉ ପଚାରୁନାହାନ୍ତି। ନିର୍ବାଚନ ବେଳେ ବିଜେପି ମୋତେ ଡାକିଲା। ମୁଁ ଯିବାକୁ ସହମତି ହେଲି। ଏବେ କିନ୍ତୁ ମୋତେ ପଚାରୁ ନାହାନ୍ତି ବୋଲି ଦାମଦୋର ରାଉତ କହିଛନ୍ତି। ଦାମ ବାବୁଙ୍କ ଏହି ମନ୍ତବ୍ୟ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି।
ବିଜେପି ଉପରେ ଅସନ୍ତୋଷ ଝାଡ଼ି ବରିଷ୍ଠ ନେତା ଦାମଦୋର ରାଉତ କହିଛନ୍ତି ଯେ, ନିର୍ବାଚନ ବେଳେ ବିଜେପି ମୋତେ ଡାକିଲା। ମୁଁ ଯିବାକୁ ସହମତି ହେଲି। ନିର୍ବାଚନରେ ମୋତେ ଷ୍ଟାର ପ୍ରଚାରକ କଲେ। ହେଲିକେପ୍ଟରରେ ବୁଲାଇଲେ। ନିର୍ବାଚନରେ ମୁଁ ବାଲିକୁଦା-ଏରସମାରୁ ଛିଡ଼ା ହୋଇ ପରାସ୍ତ ହେଲି। ହାରିଲା ପରେ ମୋତେ ଦଳର କୌଣସି କାର୍ଯ୍ୟକ୍ରମରେ ସାମିଲ କରାଯାଇନି। ତାଙ୍କ ଦଳର କାର୍ଯ୍ୟକଳାପ ଏୟା। ଯେବେ ଦରକାର ପଡେ଼, ଖୋଜିବେ। ଏବେ ସଦସ୍ୟ ସଂଗ୍ରହ ଅଭିଯାନ ସରିଛି। ମୋତେ କିଛି ଦାୟିତ୍ୱ ଦେଇପାରନ୍ତି। ମୁଁ ଦଳରେ ଅଛି। ମୋତେ ଦାୟିତ୍ୱ ଦେବେ କି ନାହିଁ ସେଯାଏଁ ଅପେକ୍ଷା କରିଛି ବୋଲି ଦାବବାବୁ କହିଛନ୍ତି।