ଭଦ୍ରକରେ ବସ୍ ଚଳାଚଳ ବନ୍ଦ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଆଜି ସମସ୍ତ ଘରୋଇ ବସ୍ ଚଳାଚଳ ବନ୍ଦ କରାଯାଇଛି। ଅନୁମତି ନଥାଇ ବହୁ ଛୋଟ ଗଡ଼ି ଭଦ୍ରକ ଜିଲାର ବିଭିନ୍ନ ଅଞ୍ଚଳକୁ ଚଳାଚଳ କରୁଛି। ଯାହାଫଳରେ ବସ୍ ମାଲିକମାନଙ୍କୁ ବହୁତ କ୍ଷତି ସହିବାକୁ ପଡ଼ୁଛି। ଏହାକୁ ଆଜି ଭଦ୍ରକ ବସ୍ ମାଳିକ ସଂଘ ବିରୋଧ କରିବା ସହ ୨୪ ଘଣ୍ଟା ବନ୍ଦ ଡାକରା ଦେଇଛି। ଏହାଫଳରେ ଜିଲାର ସମସ୍ତ ଅଞ୍ଚଳକୁ ଆଜି ବସ ଚଳାଚଳ ବନ୍ଦ ଅଛି। ଏଥିପାଇଁ ଯତ୍ରୀ ମାନେ ବହୁ ଅସୁବିୁଧାର ସମ୍ମୁଖୀନ ହେଉଛନ୍ତି।