ବୋମା ଫୁଟି ମହିଳା ଗୁରୁତର
ପୁରୀ: ବ୍ରହ୍ମଗିରିରେ ବୋମା ଫୁଟି ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳା ପ୍ରଥମେ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଥିଲେ।
ବ୍ରହ୍ମଗିରି ଥାନା ଅନ୍ତର୍ଗତ ଧର୍ମକୀର୍ତି ଗ୍ରାମର କୁନ୍ତଳା ପରିଡା ଆଜି ମଂଦିର ନିକଟରେ ପଡିଥିବା ଏକ ଷ୍ଟିଲ ଡବାକୁ ପାଇ ଘରକୁ ନେଇଥିଲେ। ଡବାଟି ହାତରେ ନ ଖୋଲିବାରୁ ତାକୁ କଟୁରି ଦ୍ୱାରା ଖୋଲିବାକୁ ଚେଷ୍ଟା କରିଥିଲେ। ଫଳରେ ହଠାତ ସେଥିରେ ବିସ୍ପୋରଣ ହୋଇଥଲା। ଯାହା ଫଳରେ ମହିଳାଙ୍କ ଶରୀରର ଗୋଡ ଓ ହାତରେ ଗଭୀର ଆଘାତ ହୋଇଛି। କେହି ଦୁର୍ବୁତ୍ତ ସେଠାରେ ଟିଫିନ ବୋମା ରଖିଥବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି।
Comments are closed.