‘ମନ୍ତ୍ରୀ ସବୁ କୁଆଡ଼େ ଗଲେ’
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବହୁ ସଚିବ ‘ମୋ ସରକାର’ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଭିନ୍ନ ଜିଲ୍ଲାକୁ ଗସ୍ତ କରୁଛନ୍ତି। ଲୋକମାନଙ୍କୁ ସଠିକଭାବେ ସରକାରୀ ସେବା ମିଳୁଛି କି ନାହିଁ ତାହାର ତଦାରଖ କରୁଛନ୍ତି। ତେବେ ସଚିବମାନଙ୍କ ଏଭଳି ଗସ୍ତକୁ କଂଗ୍ରେସ ନେତା ସୁର ରାଉତରାୟ କରିଛନ୍ତି କରିଛନ୍ତି। ଖାଲି ସେତିକି ନୁହେଁ ସଚିବମାନେ ଗସ୍ତ କରୁଥିବାବେଳେ ମନ୍ତ୍ରୀମାନେ କୁଆଡେ଼ ଗଲେ ବୋଲି ପ୍ରଶ୍ନ କରିଛନ୍ତି।
ସୁର ରାଉତରାୟ ସିଧାସଳଖ ରାଜ୍ୟ ସରକାର, ମନ୍ତ୍ରୀ ଏବଂ ସଚିବଙ୍କୁଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଦୀର୍ଘ ୨୦ ବର୍ଷ ହେଲା ୫-ଟି କରିପାରିଲେନି ରାଜ୍ୟ ସରକାର। ତେବେ ଏତେ ବର୍ଷ ରାଜ୍ୟ ସରକାର କଣ କରୁଥିଲେ କୁହନ୍ତୁ।
ଏଥିସହିତ ସେ କହିଛନ୍ତି ଯେ, ଖାଲି ଗୋଟିଏ ପତିଆରା ପାଇଁ ଟୁର ଡ୍ରାମା ଚଲେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଦେଖି ନଦେଖିଲା ପରି ହେଉଛନ୍ତି। ଏହାଛଡ଼ା ମନ୍ତ୍ରୀମାନେ ସବୁ କୁଆଡେ଼ ଗଲେ କି, ଅଫିସର ବୁଲୁଛନ୍ତି ବୋଲି ସୁର ରାଉତରାୟ ପ୍ରଶ୍ନ କରିଛନ୍ତି। ଏପରିକି ସଚିବମାନେ କଣ ସବୁ ମନ୍ତ୍ରୀଙ୍କ ଉପରେ ବୋଲି ସେ ପ୍ରଶ୍ନ କରିଛନ୍ତି। ସଚିବମାନେ ଏବେ ସବୁ ବୁଲୁଛନ୍ତି। ଆଗରୁ ତାହେଲେ ସଚିବମାନେ କିଛି କରୁନଥିଲେ ବୋଲି ସେ କହିଛନ୍ତି।
Comments are closed.