ଓଡ଼ିଶା ବିହନ ନିଗମ ଉପରେ ଗୁରୁତ୍ବ: ଅରୁଣ ସାହୁ
ଭୁବନେଶ୍ବର: ରାଜ୍ୟ ସରକାର କୃଷି ଓ କୃଷକଙ୍କର ଉନ୍ନତି ନିମେନ୍ତେ ଅନେକ ଯୋଜନା ଓ ପ୍ରୋତ୍ସାହନ ଯୋଗାଇ ଦେଉଥିବାବେଳେ ଏହା ଯେପରି ସିଧାସଳଖ ଚାଷୀମାନଙ୍କ ନିକଟରେ ପହଞ୍ଚିପାରିବ ସେଥି ନିମନ୍ତେ ଅଧିକ ତତ୍ପରତା ପ୍ରକାଶ ପାଇବା ଆବଶ୍ୟକ। ରାଜ୍ୟରେ ବିହନର ମୋଟ ଆବଶ୍ୟକତାକୁ ଆକଳନ କରି ଚାଷୀମାନଙ୍କର ବିହନର ଚାହିଦାକୁ ସଂପୂର୍ଣ୍ଣ ରୂପେ ପୂରଣ ଦିଗରେ ଓଡ଼ିଶା ବିହନ ନିଗମ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି। ଏଥି ସହତ ମୁଖ୍ୟମନ୍ତ୍ରୀଙ୍କ ୫ ଟି ଆଧାରରେ କାର୍ଯ୍ୟକରି ଓଡ଼ିଶା ବିହନ ନିଗମକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମନ୍ତ୍ରୀ ଡ. ସାହୁ ଗୁରୁତ୍ବାରୋପ କରିଛନ୍ତି।
ଆଜି ପୂର୍ବାହ୍ନରେ ଭୁବନେଶ୍ବରସ୍ଥିତ ଓଡ଼ିଶା ବିହନ ନିଗମର କାର୍ଯ୍ୟାଳୟକୁ ଅଚାନକ ଗସ୍ତ କରିବା ଅବସରରେ କର୍ମଚାରୀ ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ଅବସରରେ ୫ ଟି ଆଧାରରେ କାର୍ଯ୍ୟକରି ନିଜର କାର୍ଯ୍ୟଦକ୍ଷତା ବୃଦ୍ଧି ସହିତ କୃଷିର ବିକାଶରେ ଅଂଶୀଦାର ହେବା ପାଇଁ ପରାର୍ମଶ ଦେଇଥିଲେ। ଲୋକସଂଖ୍ୟାର ଏକ ବୃହତ ଅଂଶ କୃଷି ଓ ଅନୁଷଙ୍ଗିକ କ୍ଷେତ୍ର ସହିତ ଜଡ଼ିତ ଥିବାରୁ ଚାଷୀମାନଙ୍କୁ ଠିକ୍ ସମୟରେ ଉନ୍ନତ ମାନର ବିହନ ଯୋଗାଇଦେଇ ଉତ୍ପାଦନ ବୃଦ୍ଧି ନିମନ୍ତେ ମନ୍ତ୍ରୀ ଡ. ସାହୁ ଗୁରୁତ୍ବ ଆରୋପ କରିଥିଲେ। ଚାଷକାର୍ଯ୍ୟରେ ସମୟୋପଯୋଗୀ ଓ ଉନ୍ନତ ମାନର ବିହନ ବ୍ୟବହାର ଉପରେ ଚଷୀମାନଙ୍କୁ ସଚେତନ କରାଇବା ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଏଥି ସହିତ କର୍ମଚାରୀମାନେ ସମୟାନୁବର୍ତ୍ତୀ ହେବା ସହିତ ଉପଯୁକ୍ତ ସମନ୍ବୟ ରକ୍ଷା କରି କାର୍ଯ୍ୟକରିବା ପାଇଁ ମନ୍ତ୍ରୀ ଡ. ପରାମର୍ଶ ଦେଇଥିଲେ।
Comments are closed.