Odisha Link
Bridging the Missing Links in Odisha

ସ୍କୁଲ ଗାଡ଼ି ଓଲଟି ୧୦ ଆହତ

କୋଣାର୍କ: କୋଣାର୍କ ଚାରିଛକ ଅମରେଶ୍ବର ଠାରେ ଥିବା ବିବେକାନନ୍ଦ ସ୍କୁଲ ପିଲାମାନେ ଏକ ଟାଟା ମେଜିକ ଗାଡ଼ିରେ ସ୍କୁଲକୁ ଯାଉଥିବା ବେଳେ କୋଇଲି ନୂଆପଡା କେନାଲ ବନ୍ଧରୁ ଟାଟା ମେଜିକ ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିଯାଇଥିଲା। କେନାଲ ଭିତରେ ପାଣି ଥିବାରୁ ଭ୍ୟାନଟି ପାଣିରେ ଅଧା ବୁଡିଯାଇଥିଲା।
ପାଖରେ ଥିବା ଗ୍ରାମବାସୀ ମାନେ ଘଟଣାସ୍ଥଳରେ ପହଞ୍ଚି ୧୮ଜଣ ପିଲାଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ପିଲାଙ୍କୁ ପ୍ରଥମେ ଚାରିଛକ ମେଡିକାଲକୁ ଅଣାଯାଇଥିଲା କିନ୍ତୁ ପରେ ୧୫ଜଣ ପିଲାଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ମେଡିକାଲକୁ ରେଫର କରାଯାଇଛି ।