Odisha Link
Bridging the Missing Links in Odisha

ମୁଦୁଲିଗାଡ଼ିଆ ରାଜ୍ୟର ପ୍ରଥମ ‘ଇକୋ ଭିଲେଜ’

ନୟାଗଡ: ମୁଦୁଲିଗାଡ଼ିଆ ଗାଁକୁ ମିଳିଛି ରାଜ୍ୟର ପ୍ରଥମ ‘ଇକୋ ଭିଲେଜ’ ମାନ୍ୟତା। ମହାନଦୀ ବନ୍ୟପ୍ରାଣୀ ଡିଭିଜନ୍‌ର ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ରହିଥିବା ମୁଦୁଲିଗାଡ଼ିଆ ଗ୍ରାମକୁ ରାଜ୍ୟ ଓ ପରିବେଶ ବିଭାଗ ପକ୍ଷରୁ ଏହି ସମ୍ମାନଜନକ ମାନ୍ୟତା ପ୍ରଦାନ କରାଯାଇଛି ବୋଲି ଡିଏଫଓ ଶ୍ରୀମତୀ ଅଂଶୁପ୍ର‍ଜ୍ଞା ଦାସ ଏହି ସୂଚନା ଦେଇଛନ୍ତି। ଏଥିସହ ଏହି ଗ୍ରାମ ଦେଶର ଏକମାତ୍ର ‘ମଡେଲ ଭିଲେଜ’ ଭୋବ ଘୋଷିତ ହୋଇଛି। ଏହି ଗ୍ରାମ ସମେତ ଅଭୟାରଣ୍ୟ ମଧ୍ୟରେ ରହିଥିବା ଅନ୍ୟ ୩୬ ଗ୍ରାମକୁ ପରବର୍ତ୍ତୀ ସମୟରେ ‘ଇକୋ ଭିଲେଜ’ ପ୍ରୋଜେକ୍ଟରେ ସାମିଲ କରାଯିବ ବୋଲି ଜଣାପଡିଛି।

‘ଇକୋ ଭିଲେଜ’ ମାନ୍ୟତା ମିଳିବା ପରେ ଗ୍ରାମକୁ ସଜେଇବା ଓ ସଫା ରଖିବା ନିମନ୍ତେ ପ୍ରଶାସନ ଓ ଗ୍ରାମବାସୀ ତତ୍ପରତା ପ୍ରକାଶ କରିଛନ୍ତି। ଏହି ଗାଁର ସମସ୍ତ ଟିକସ ଇକୋଟୁରିଜିମ୍‌ ବିଭାଗ ପକ୍ଷରୁ ଆଦାୟ ହେଉଛି ଏବଂ ଗ୍ରାମବାସୀଙ୍କୁ ସେଥିରୁ ୧୦% ସେମାନଙ୍କ ଆୟ ବାବଦରେ ପ୍ରଦାନ କରାଯାଉଛି। ନୟାଗଡ ଓ ବୌଦ୍ଧ ଜିଲ୍ଲାର ୪୩୩.୮୬ ବର୍ଗ କିଲୋମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ଜଙ୍ଗଲକୁ ନେଇ ଏହି ବନ୍ୟ ପ୍ରାଣୀ ଡିଭିଜନ ଗଠିତ। ଏହି ଜଙ୍ଗଲରେ ଦୁର୍ଲଭ ପଶୁପକ୍ଷୀ, ମୂଲ୍ୟବାନ ବୃକ୍ଷଲତା, ଗୁଳ୍ମ ଏବଂ ବାଇଶିପଲ୍ଲୀ ଅଭୟାରଣ୍ୟ ଓ ସାତକୋଶିଆ ବ୍ରାଘ୍ୟ ପ୍ରକଳ୍ପ ମଧ୍ୟ ରହିଛି। ଏହି ଅତି ମନୋରମ ପ୍ରକଳ୍ପକୁ ଜର୍ମାନ, ଫ୍ରାନ୍ସ, ଲଣ୍ଡନରୁ ବହୁ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି। ୨୦୧୬ରେ ବନ୍ୟ ପ୍ରାଣୀ ଟିଭିଜନ୍‌ ଆନୁକୁଲ୍ୟରେ ଆରମ୍ଭ ହୋଇଛି ସ୍ୟାଣ୍ଡ ରିସୋର୍ଟ।

Comments are closed.