ଓଡ଼ିଶା ଛାଡିଲା ବାତ୍ୟା ବୁଲ୍ବୁଲ୍

ଭୁବନେଶ୍ୱର: ବାତ୍ୟା ବୁଲ୍ବୁଲ୍ ଏବେ ବଙ୍ଗୋପସାଗର ମଧ୍ୟରେ ଉତ୍ତର ଦିଗରେ ଗତି କରୁଛି। ଏବେ ଏହା ଉତ୍ତର ପଶ୍ଚିମବଙ୍ଗ ଓ ବଙ୍ଗଳାଦେଶ ଉପକୂଳ ଆଡକୁ ଗତି କରୁଛି। ଆଇଏମ୍ଡି ବୁଲେଟିନ୍ ଅନୁସାରେ ସକାଳ ୧୧ଟା ୩୦ ବେଳକୁ ଏହା ପଶ୍ଚିମ ଓ ମଧ୍ୟ ବଙ୍ଗୋପ ସାଗର ମଧ୍ୟରେ କେନ୍ଦ୍ରୀଭୂତ ଥିଲା। ଗତ ୭ ଘଣ୍ଟାରେ ଏହା ଘଣ୍ଟାପ୍ରତି ୧୫ କିଲୋମିଟର ଆଗକୁ ବଢୁଛି।
ଏହା ଓଡିଶା ଉପକୂଳ ଛାଡି ପଶ୍ଚିମବଙ୍ଗର ଉତ୍ତର ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଏହା ପଶ୍ଚମବଙ୍ଗର ସାଗର ଦ୍ୱୀପ ଆଡକୁ ବଢୁଛି। ଏହା ସକାଳେ ସାଗର ଦ୍ୱୀପ ଦକ୍ଷିଣ ଦକ୍ଷିଣ ପଶ୍ଚିମକ ଦିଗରେ କେନ୍ଦ୍ରୀଭୂତ ଥିଲା। ଏହା ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବଙ୍ଗଳାଦେଶର ଖେପୁଆରା ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଆଜି ରାତି ଭିତରେ ଏହା ଭୀଷଣ ସାମୁଦ୍ରିକ ଝଡ ଭାବେ ସ୍ଥଳଭାଗ ଛୁଇଁବ। ପରେ ଏହା ଦୂର୍ବଳ ହୋଇଯିବ। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୧୦ରୁ ୧୨୦ କିଲୋମିଟର ରହିବ। ଏହା ବେଳେ ବେଳେ ୧୩୫ କିଲୋମିଟର ଅତିକ୍ରମ କରିପାରେ।