Odisha Link
Bridging the Missing Links in Odisha

ଅଯୋଧ୍ୟା ରାୟ: ଭାରତୀୟଙ୍କ ଶାନ୍ତି ଓ ସଂଯମର ପରିଚୟ- ମୋଦି

ନୂଆଦିଲ୍ଲୀ: ଆଜି ଅଯୋଧ୍ୟା ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠ। ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନେଟ ଟୁଇଟ ଯୋଗେ ବାର୍ତ୍ତା ଦେଇଛନ୍ତି। ମୋଦି କହିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ କାହାର ଜିତ ବା ହାର ଭାବେ ଦେଖିବା ଉଚିତ ନୁହେଁ । ରାମଭକ୍ତି ହେଉ କି ରହିମ ଭକ୍ତି ଆମ ସମସ୍ତଙ୍କୁ ଭାରତଭକ୍ତି ଭାବନାକୁ ସଶକ୍ତ କରିବା ଆବଶ୍ୟକ । ଏହି ନିଷ୍ପତ୍ତି ୧୩୦ କୋଟି ଭାରତୀୟଙ୍କ ଶାନ୍ତି ଓ ସଂଯମର ପରିଚୟ।

ଆହୁରି ମଧ୍ୟ ମୋଦି କହିଛନ୍ତି ଯେ, ସମସ୍ତେ ସଦଭାବ ଓ ଏକତା ରଖନ୍ତୁ । ସୁପ୍ରିମକୋର୍ଟଙ୍କ ଏହି ରାୟ ବହୁ କାରଣରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମୋଦୀ କହିଛନ୍ତି । ସେ କହିଛନ୍ତି ଯେ ଏହି ରାୟ ପ୍ରମାଣିତ କରେ ଯେ କୌଣସି ବିବାଦକୁ ସମାଧାନ କରିବାରେ ଆଇନଗତ ପ୍ରକ୍ରିୟା ପାଳନ କରିବା କେତେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।

ସବୁ ପକ୍ଷଙ୍କୁ ନିଜ ନିଜର ଦଲିଲ ରଖିବାକୁ ପର୍ଯ୍ୟାପ୍ତ ସ ସମୟ ଦିଆଯାଇଛି । ନ୍ୟାୟର ମନ୍ଦିର ବହୁ ଦିନର ପୁରୁଣା ମାମଲାକୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ସମାଧାନ କରିଛନ୍ତି । ଏହି ନ୍ୟାୟିକ ପ୍ରକ୍ରିୟା ଲୋକଙ୍କର ବିଶ୍ୱାସକୁ ଆହୁରି ମଜଭୁତ କରିବ ଜ୍ଝ ଆମ ଦେଶର ହଜାର ହଜାର ବର୍ଷର ପୁରୁଣା ଭାଇଚାରାର ଭାବନା ଅନୁଯାୟୀ ୧୩୦ କୋଟି ଭାରତୀୟ ଶାନ୍ତି ଓ ସଂଯମତାର ପରିଚୟ ଦେବା ।

Comments are closed.