Odisha Link
Bridging the Missing Links in Odisha

ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ, କହିଲେ ନୂଆ ଭାରତ ଗଢ଼ିବା ପାଇଁ ଏକାଠି ହୁଅ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାର ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ଅଯୋଧ୍ୟା ରାୟ ପରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବହୁପ୍ରତୀକ୍ଷିତ ଅଯୋଧ୍ୟା ଜମି ବିବାଦ ମାମଲା ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି କି, ସୁପ୍ରିମକୋର୍ଟ ଶୁଣାଣି ପୂରା ନ୍ୟାୟିକ ପ୍ରକ୍ରିୟାରେ ହୋଇଛି। ଦୀର୍ଘ ୭୦ ବର୍ଷର ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି । ତେଣୁ ଆଜିର ଦିନ ସାରା ଦେଶବାସୀଙ୍କ ପାଇଁ ଏକ ସ୍ୱର୍ଣ୍ଣିମ ଦିନ ବୋଲି ବିବେଚନା କରିଛନ୍ତି ମୋଦି।

ଏହା କୌଣସି ବିଜୟ କି ପରାଜୟର କଥା ନୁହେଁ ବରଂ ନୂଆ ଭାରତର ନୂଆ ସକାଳ ଗଠନ ପାଇଁ ଅଯୋଧ୍ୟା ରାୟ ଆମ ପାଇଁ ଏକ ଉତ୍ସ ପାଲଟିଛି। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆସନ୍ତୁ ସମସ୍ତେ ଏକତ୍ରିତ ହୋଇ ଏକ ନୂଆ ଭାବନାରେ ବଞ୍ଚିବା ଆଉ ନୂଆ ଭାରତ ଗଢିବା। ନୂଆ ଆରମ୍ଭ ପାଇଁ ସଙ୍କଳ୍ପ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଏଥିସହିତ ସେ କହିଛନ୍ତି ଯେ, ୯ ନଭେମ୍ବର ଏଭଳି ଏକ ଦିନ ଯାହା ସମସ୍ତଙ୍କର ମନେ ରହିବ। କାରଣ ଆଜିର ଦିନରେ ଯେଉଁଭଳି ବର୍ଲିନର ପ୍ରାଚେରୀ ଭାଙ୍ଗିଥିଲା ଠିକ୍ ସେହିଭଳି ହିନ୍ଦୁ-ମୁସଲିମଙ୍କ ମଧ୍ୟରେ ଥିବା ପାଚେରୀ ଏହି ଅଯୋଧ୍ୟା ରାୟ ପରେ ସମାପନ ହୋଇଛି। ତେଣୁ ସମସ୍ତଙ୍କୁ ଏକାଠି ହୋଇ ଭାରତର ଭବିଷ୍ୟତ ପାଇଁ କାମ କରିବାକୁ ଆଗକୁ ଆସିବାକୁ ପଡ଼ିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

Comments are closed.