Odisha Link
Bridging the Missing Links in Odisha

ରାଜ୍ୟରେ ୧୦୪ ସ୍ବାସ୍ଥ୍ୟ ସାହାଯ୍ୟ ସେବା ପ୍ରଚଳିତ

ଭୁବନେଶ୍ବର : ଏହି ସେବାରେ ଆଜିଯାଏ ଦୈନିକ ନିର୍ଧାରିତ ସଂଖ୍ୟା ରୋଗୀଙ୍କୁ କଲ କରାଯାଇ ନବଜାତି ଶିଶୁ ଏବଂ ମାତୃ ସ୍ବାସ୍ଥ୍ୟ ସମ୍ବନ୍ଧରେ ତଥ୍ୟ ପ୍ରଦାନ କରାଯାଇଛି । ଏହା ସହିତ ବିପଦାପନ୍ନ ଗର୍ଭବତୀ ମା ଯେଉଁମାନେ ଏମସିଟିଏସ ରେ ପଞ୍ଜିକୃତ ସେମାନଙ୍କୁ ପ୍ରସୂତି ପୂର୍ବ ଏବଂ ପରବର୍ତ୍ତୀ ଏବଂ ନବଜାତ ଶିଶୁ ର ଯତ୍ନ ଓ ଟୀକାକରଣ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଉଛି ତଥା ସେମାନଙ୍କ ଠାରୁ ସେବା ପ୍ରଦାନ ସଂପର୍କିତ ତଥ୍ୟ , ସେବା ବ୍ୟବସ୍ଥାର ମୂଲ୍ୟାୟନ ନିମନ୍ତେ ଗ୍ରହଣ କରାଯାଉଅଛି ।

ଏହି ସ୍ବାସ୍ଥ୍ୟ ସେବା ସହୟତାକୁ ଅଧିକ ବ୍ୟାପକ ଏବଂ ଲୋକାଭିମୁଖୀ କରିବା ପାଇଁ ବର୍ତ୍ତମାନ ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ୧୦୪ ନମ୍ବରକୁ ଜନ ସାଧାରଣଙ୍କ ନିମନ୍ତେ ଦେୟ ମୁକ୍ତ ଯୋଗାଯୋଗ କରିବାର ବ୍ୟବସ୍ଥା କରାଗଲା । ଏବେ ୧୦୪ ନମ୍ବରକୁ କଲ କଲେ ନିମ୍ନ ଲିଖିତ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ଜନସାଧାରାଣ ଜାଣିପାରିବେ ।

ରାଜ୍ୟରେ ପ୍ରଚଳିତ ପ୍ରଜନନ ସ୍ବାସ୍ଥ୍ୟ , ମାତୃ ସ୍ବାସ୍ଥ୍ୟ , ଶିଶୁ ସ୍ବାସ୍ଥ୍ୟ , କିଶୋରୀ ସ୍ବାସ୍ଥ୍ୟ ତଥା ଅନ୍ୟ ସମସ୍ତ ସ୍ବାସ୍ଥ୍ୟ ଓ ନିରୋଗ ସମ୍ବନ୍ଧୀୟ କାର୍ଯ୍ୟକ୍ରମର ତଥ୍ୟ । ପ୍ରତ୍ୟକ ଦିନ ଦିବା ୯ ଘଟିକା ଠାରୁ ୫ ଘଟିକା ପର୍ଯ୍ୟନ୍ତ , ଏମବିବିଏସ ଡାକ୍ତରଙ୍କ ଦ୍ବାରା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ । ଯେକୌଣସି ସରକାରୀ ଡାକ୍ତରଖାନା, ରକ୍ତ ଭଣ୍ଡାର, ଓୌଷଧ ଏବଂ ସ୍ବସ୍ଥ୍ୟ ପରୀକ୍ଷା ସମ୍ବନ୍ଧୀୟ ତଥ୍ୟ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଏବଂ ଏହା ଅନ୍ତର୍ଭୁକ୍ତ ଡାକ୍ତରଖାନାମାନଙ୍କରେ ମିଳୁଥିବା ସେବା ସମ୍ବନ୍ଧୀୟ ସମସ୍ତ ସୂଚନା ।

ରାଜ୍ୟରେ ଦିବାରାତ୍ର ଦେୟମୁକ୍ତ ୧୦୪ ଯୋଗଯୋଗ ବ୍ୟବସ୍ଥା ସ୍ବାସ୍ଥ୍ୟ ସାହାଯ୍ୟ ସେବା ନିମନ୍ତେ ଏକ ଯୁଗାନ୍ତକାରୀ ପଦକ୍ଷେପ ଭାହେ ସାବ୍ୟସ୍ତ ହେବ ଏବଂ ଗରିବ ତଥା ଉପାନ୍ତ ଓ ଅପହଞ୍ଚ ଅଂଚଳ ବାସୀଙ୍କୁ ଉଚିତ ସ୍ବାସ୍ଥ୍ୟ ସେବା ସଂପର୍କରେ ଅବଗତ କରାଇବା ପାଇଁ ସାହାଯ୍ୟ କରିବ ।

Comments are closed.