ଘାଟିରୁ ୫୦ ଫୁଟ ତଳକୁ ଖସିଲା ଟ୍ରକ୍

ଦ୍ବାରଶୁଣି: ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଦ୍ବାରଶୁଣି ଘାଟିରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ମାଲ ବୋଝେଇ ଟ୍ରକ(ସିଜି ୦୪ ଏଲଏଲ ୩୪୭୪) ଘାଟିରୁ ୫୦ ଫୁଟ ତଳକୁ ଖସିପଡ଼ି ଚୂରମାର୍ ହୋଇଯାଇଛି। ଫଳରେ ଟ୍ରକ୍ ଡ୍ରାଇଭରଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଟ୍ରକଟି ଲୁହା ସ୍କ୍ରାପ ବୋଝେଇ କରି ରାୟପୁରରୁ କଲକାତା ଯାଉଥିଲାବେଳେ ସକାଳ ପ୍ରାୟ ୬ଟାରେ ଏହି ଦୁର୍ଘଟଣା ଘଟିଛି। ବାଙ୍ଗିରିପୋଷି ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ। ଆହତ ବ୍ୟକ୍ତିଙ୍କ ଦୁଇ ହାତ ଭାଙ୍ଗିଯାଇଥିବାବେଳେ ସେ ବର୍ତ୍ତମାନ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।