କ୍ଷମା ମାଗନ୍ତୁ ନରସିଂହ: ବିଜେପି

ଭୁବନେଶ୍ୱର: ଶଙ୍କରାଚାର୍ଯ୍ୟଙ୍କ ସମ୍ପର୍କରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ମନ୍ତବ୍ୟକୁ ବିଜେପି ପକ୍ଷରୁ ବିରୋଧ କରାଯାଇଛି। ଏନେଇ ଖୋଦ ନରସିଂହଙ୍କ ସମେତ କଂଗ୍ରେସ ଦଳ କ୍ଷମା ମାଗନ୍ତୁ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି। ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ଶଙ୍କରାଚାର୍ଯ୍ୟଙ୍କ ସାଙ୍ଗିଆ, ଶିକ୍ଷା ଓ ଜାତିର ପ୍ରମାଣ ମାଗିବା ହୀନମଣ୍ୟତା। ନରସିଂହ ମିଶ୍ର ଜାଣିଶୁଣି ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛନ୍ତି। ଜଗଦଗୁରୁଙ୍କ ପ୍ରତି ଅପମାନଜନକ ଶବ୍ଦ ଜାଣିଶୁଣି ପ୍ରୟୋଗ କରିଛନ୍ତି। ଜଗନ୍ନାଥପ୍ରେମୀଙ୍କ ଆଶା, ବିଶ୍ୱାସ ଓ ଭାବାବେଗକୁ ନରସିଂହ ମିଶ୍ର ଆଘାତ ଦେଇଥିବା ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିବା ସହ ଶ୍ରୀ ମିଶ୍ର ଏନେଇ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି।