୪କିମି ଷ୍ଟ୍ରେଚରରେ ବୁହା ହେଲେ ପ୍ରସୂତୀ

କାଲିମେଳା: ମାଲକାନଗିରି ଜିଲ୍ଲାରେ ଜନନୀ ଯନ୍ତ୍ରଣା ଘଟଣାର ପୁନରାବୃତ୍ତି ଘଟିଥିବା ଜଣାଯାଇଛି। ରାସ୍ତା ଖରାପ ଥିବାରୁ ଏକ ଗ୍ରାମକୁ ଆମ୍ବୁଲାନ୍ସ ଆସି ନ ପାରିବାରୁ ପ୍ରସୂତୀ ୪କିମି ଷ୍ଟ୍ରେଚରରେ ବୁହା ହୋଇଥିବାର ଖବର ମିଳିଛି।
ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ କାନ୍ଦିଗୁଡା ଗ୍ରାମରେ ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ବେଦନା ହୋଇଥିଲା। ଏହା ଜାଣିବା ପରେ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ତେବେ ରାସ୍ତା ଭଲ ନଥିବାରୁ କାନ୍ଦିଗୁଡା ଗ୍ରାମକୁ ଆମ୍ବୁଲାନ୍ସ ଯାଇପାରି ନଥିଲା ।ଫଳରେ ଆମ୍ବୁଲାନ୍ସ କାନ୍ଦିଗୁଡା ଠାରୁ ପ୍ରାୟ ୪କିମି ଦୂରରେ ଅଟକିଥିଲା।