ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ହେବନି: ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ଧାନ କିଣାରେ ଟୋକନ ବ୍ୟବସ୍ଥାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ତେଜିବାରେ ଲାଗିଥିବାବେଳେ ବିଭାଗୀୟ ମନ୍ତ୍ରୀ କିନ୍ତୁ ଟୋକନ ବ୍ୟବସ୍ଥାା ଆଗକୁ ରହିବ ବୋଲି କହିଛନ୍ତି। ଏନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ନୂଆ ବ୍ୟବସ୍ଥା ଲାଗୁ ହୋଇଛି। ଚାଷୀଙ୍କୁ ଅନୁରୋଧ ସେମାନେ ସହଯୋଗ କରନ୍ତୁ। ସ୍ୱଚ୍ଛ ଓ ନିର୍ମଳଭାବେ ଧାନ କିଣା ହେବାର ବ୍ୟବସ୍ଥା କରାଯାଇଛି। ଚାଷୀମାନେ ଧାନର ଉଚିତ ମୂଲ୍ୟ ପାଇବେ। କୌଣସି ସ୍ଥାନରେ ଅସୁବିଧା ଥିଲେ ଚାଷୀମାନେ ଅଭିଯୋଗ କରିପାରିବେ। ଚାଷୀଙ୍କ ପ୍ରସ୍ତାବକୁ ସରକାର ଗ୍ରହଣ କରିବେ। ଉନ୍ନତି କଥା ଚିନ୍ତା କରାଯିବ। ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ହୋଇନାହିଁ। ଏବେ ଅଛି ଓ ଆଗକୁ ବି ରହିବ ବୋଲି ସେ କହିଛନ୍ତି।