Odisha Link
Bridging the Missing Links in Odisha

ମହାରାଷ୍ଟ୍ର: ସୁପ୍ରିମକୋର୍ଟରେ ଆରମ୍ଭ ହେଲା ମହାଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ରାଜନୈତିକ ତାତି। ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ସଙ୍କଟର ଶୁଣାଣି ଆରମ୍ଭ କରିଛନ୍ତି ସୁପ୍ରିମକୋର୍ଟ। ବର୍ତ୍ତମାନ ସରକାରଙ୍କ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ନିଜର ପକ୍ଷ ରଖୁଛନ୍ତି। ଏକ ତିନିଜଣିଆ ବେଞ୍ଚ ସମ୍ମୁଖରେ ସେ ସରକାର ଗଠନ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ କରିଥିବା ଦାବି ସମ୍ବଳିତ ପତ୍ର ଦାଖଲ କରିଛନ୍ତି।

ଏହା ସହିତ ରାଜ୍ୟପାଳ ଭଗତ ସିଂ ଖୋସ୍ୟାରିଙ୍କ ପତ୍ରକୁ ମଧ୍ୟ ବେଞ୍ଚଙ୍କ ଆଗରେ ଦାଖଲ କରାଯାଇଛି। ଏହି ପତ୍ରରେ ସେ ବିଜେପି ଓ ଅଜିତ ପାଓ୍ଵାରଙ୍କ ପକ୍ଷରୁ ଦିଆଯାଇଥିବା ୧୭୦ ବିଧାୟକଙ୍କ ସମର୍ଥନ ସଂପର୍କରେ ଦର୍ଶାଇଛନ୍ତି। ରାଜ୍ୟପାଳଙ୍କୁ ଅଜିତ ପାଓ୍ଵାର ଦର୍ଶାଇଥିଲେ ଯେ ସେ ଏନସିପି ବିଧାୟକ ଦଳର ସଦସ୍ୟ ଅଛନ୍ତି ଓ ତାଙ୍କ ପଛରେ ୫୪ ବିଧାୟକଙ୍କ ସମର୍ଥନ ରହିଛି । ରାଜ୍ୟପାଳଙ୍କୁ ଅଜିତ ପାଓ୍ଵାର ଦେଇଥିବା ପତ୍ରକୁ ମଧ୍ୟ ଆଜି ସୁପ୍ରିମକୋର୍ଟରେ ଦାଖଲ କରାୟାଇଛି ।

ଅନ୍ୟପଟେ ଶିବସେନା ପାଇଁ ମାମଲା ଲଢୁଛନ୍ତି ବରିଷ୍ଠ ଆଇନଜୀବୀ କପିଲ ସିବଲ । କଂଗ୍ରେସ ଓ ଏନସିପି ପାଇଁ ମାମଲା ଲଢୁଛନ୍ତିମନୁ ସିଂଘରୀ । ଏହା ପୂର୍ବରୁ ସୋଲିସିଟର ଜେନେରାଲ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ରାଜ୍ୟପାଳ ପ୍ରଥମେ ବିଜେପି, ଏନସିପି ଓ ଶିବସେନାକୁ ସରକାରଗଠନ ପାଇଁ ଡାକିଥିଲେ । କେଉଁ କେହି ସରକାର ଗଠନ କରି ନପାରିବାରୁ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା ।

Comments are closed.