ଇସ୍ତଫା ଘୋଷଣା କଲେ ଦେବେନ୍ଦ୍ର ଫଡନାଭିସ୍
ମୁମ୍ବାଇ: ମହାରାଷ୍ଟ୍ର ମହା ରାଜନୀତିରେ ଗୋଟିଏ ପରେ ଗୋଟିଏ ଟୁଇଷ୍ଟ। କିଛି ସମୟ ପୂର୍ବରୁ ଅଜିତ୍ ପାଓ୍ବାର ଉପ-ମୁଖ୍ୟମନ୍ତ୍ରୀ ପଦରୁୁ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କଲେ ଦେବେନ୍ଦ୍ର ଫଡନାଭିସ୍। ଏନେଇ ପ୍ରେସ୍ ମିଟରେ ସୂଚନା ଦେଇଛନ୍ତି ଦେବେନ୍ଦ୍ର ଫଡନାଭିସ୍। ପ୍ରେସ୍ ମିଟ୍ ପରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେବି ବୋଲି କହିଲେ ଦେବେନ୍ଦ୍ର।
Devendra Fadnavis resigns as the Chief Minister of #Maharashtra. pic.twitter.com/45ysg3CMx3
— ANI (@ANI) November 26, 2019
ପ୍ରେସ୍ମିଟ୍ରେ ଦେବେନ୍ଦ୍ର କହିଛନ୍ତି ଯେ, ସରକାର ଗଠନ ନେଇ ଆବଶ୍ୟକ ସଂଖ୍ୟା ଆମ ପାଖରେ ନାହିଁ। ଆମେ ବିରୋଧୀ ଆସନରେ ବସିବୁ। ଆଉ ଶାସକ ମେଣ୍ଟ ସରକାରକୁ କଭିଳି ଶାସନ କରିବାକୁ ପଡେ ଶିଖାଇବୁ ବୋଲି ଦେବେନ୍ଦ୍ର କହିଛନ୍ତି। ଅଜିତ ପାଓ୍ବାର ବି ଇସ୍ତଫା ଦେଇଥିଛନ୍ତି ଏବଂ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛନ୍ତି ବୋଲଇ କହିଛନ୍ତି ଦେବେନ୍ଦ୍ର ଫଡନାଭିସ୍।
ସୂଚନାଯୋଗ୍ୟ, ଗତ ଶନିବାର ସକାଳେ ଶପଥ ନେଇଥିଲେ ଫଡନାଭିସ୍ ଏବଂ ଅଜିତ୍ ପାଓ୍ବାର।
Comments are closed.