ଉଦ୍ଧବ ହେବେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ର: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବେ ଉଦ୍ଧବ ଥାକରେ। ଆଜି ସଂଧ୍ୟାରେ ରାଜ୍ୟପାଳଙ୍କୁ ଭେଟିବେ ମିଳିତ ମେଣ୍ଟ କରିବେ। ତିନି ଦଳ ମିଳିତ ଭାବେ ରାଜ୍ୟପାଳଙ୍କୁ ଭେଟିବାର ଯୋଜନା ରହିଛି। ଆସନ୍ତାକାଲି ନୂଆ ସରକାର ଗଠନ ହେବା ସମ୍ଭାବନା ରହିଛି। କଂଗ୍ରେସର ବାଲାସାହେବ ଥୋରାଟ ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ। ଏନସିପିର ଜିତେନ୍ଦ୍ର ଆହ୍ବାଦ ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ।
ସୂଚନା ଅନୁସାରେ, କ୍ରମାଗତ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍। ଏହା ସହିତ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅଜିତ ପାଓ୍ବାର। ଫଳରେ ମହାରାଷ୍ଟ୍ରରେ ବିଜେପି ଓ ଏନସିପି ମିଶି ସରକାର ଗଠନ କରିଥିଲେ।
ହେଲେ ଆଜି ମହାରାଷ୍ଟ୍ର ମହା ରାଜନୀତିରେ ଗୋଟିଏ ପରେ ଗୋଟିଏ ଟୁଇଷ୍ଟ ଆସିଛି। କିଛି ସମୟ ପୂର୍ବରୁ ଅଜିତ୍ ପାଓ୍ବାର ଉପ-ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କଲେ ଦେବେନ୍ଦ୍ର ଫଡନାଭିସ୍। ଏନେଇ ପ୍ରେସ୍ ମିଟରେ ସୂଚନା ଦେଇଛନ୍ତି ଦେବେନ୍ଦ୍ର ଫଡନାଭିସ୍। ପ୍ରେସ୍ ମିଟ୍ ପରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେବି ବୋଲି କହିଲେ ଦେବେନ୍ଦ୍ର।
Comments are closed.