ଭୁବନେଶ୍ୱର ସାହିତ୍ୟ ସମାଜ ଅଧିବେଶନ
ଭୁବନେଶ୍ୱର : ଗୋଟିଏ ପତ୍ରିକାର ଗୁଣାତ୍ମକ ମାନ ସଫଳ ସଂପାଦନା ଉପରେ ନିର୍ଭରଶୀଳ । ପାଠକୀୟ ଆଦୃତି, ଲେଖକୀୟ ଆକର୍ଷଣ ଓ ପ୍ରକାଶକୀୟ ଆନ୍ତରିକତା ବଳରେ ଜଣେ ସଂପାଦକ ଅନେକ ଲୋକ ପ୍ରିୟତା ଅର୍ଜନକରେ । ଓଡ଼ିଶାରେ ପତ୍ରିକା ସଂପାଦନା ଆହୁରି ଅନେକ ସମ୍ଭାବନା ଓ ସ୍ୱପ୍ନକୁ ସାକାର କରିବାକୁ ତତ୍ପର ହେବା ଆବଶ୍ୟକ ।
ଜଣେ ସଂପାଦକ ଲେଖା ସଂଗ୍ରହଣ କି ସଂକଳନ ଉପରେ ଗୁରୁତ୍ୱ ନଦେଇ ପତ୍ରିକାର ଗୁଣାତ୍ମକତା ବଜାୟ ରଖିବା ଉପରେ ଦୃଷ୍ଟିଦେବା ଆବଶ୍ୟକ ବୋଲି ଭୁବନେଶ୍ୱର ସାହିତ୍ୟ ସମାଜ ଅଧିବେଶନରେ ମତ ପ୍ରକାଶ ପାଇଛି । ସ୍ଥାନୀୟ କୃଷକ ସମାଜରେ ଅନୁଷ୍ଠିତ ଏହି ବୈଠକରେ ବିଶିଷ୍ଟ ସଂପାଦକ, ଗବେଷକ ଓ ସଂଗଠକ ଡ. ରମେଶ ପାଣି ଯୋଗଦେଇ କହିଥିଲେ ଯେ କେବଳ ବ୍ୟବସାୟିକ ସଫଳତା ଉପରେ ଗୁରୁତ୍ୱ ନଦେଇ ଜଣେ ସଂପାଦକ ପ୍ରତିଭା ଚୟନ, ପାଠକୀୟ ପସନ୍ଦ, ଲେଖକୀୟ ସ୍ୱାଭିମାନକୁ ପ୍ରାଥମିକତା ଦେବା ଦରକାର ।
ପତ୍ରିକାର ସଫଳତା ତା’ର ସଂ ପାଦକୀୟ ଦକ୍ଷତା ଉପରେ ନିର୍ଭର କରେ । ଅନୁଷ୍ଠାନର ସଭା ପତି ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ର ଅଧ୍ୟକ୍ଷତା କରି କହିଥିଲେ ଯେ ପ୍ରକାଶନରେ ନିୟମିତତା, ଲେଖା ନିର୍ବାଚନ ଓ ପାଠକୀୟ ରୁଚି ହେଉଛି ଜଣେ ସଂପାଦକ ପାଖରେ ବଡ଼ ଆହ୍ୱାନ ।
ଦ୍ୱିତୀୟ ପର୍ଯ୍ୟାୟରେ ଉପସଭା ପତି ମିନତି ଦାଶ(ମାନୀ), ସବିତା ଶତ ପଥୀ, ଅନ୍ନ ପୂର୍ଣ୍ଣା ଭଟ୍ଟ ଓ ଶ୍ରୁତିକୀର୍ତ୍ତି ତ୍ରିପାଠୀଙ୍କ ମିଳିତ ସେଂଯୋଜନାରେ ଅନୁଷ୍ଠିତ କବିତା ପଠୋତ୍ସବରେ ମଞ୍ଜୁଳା ତ୍ରିପାଠୀ, ସୁଷମା ଲେଙ୍କା, ସୌଦାମିନୀ ବେହେରା, ଅଞ୍ଚିକା ସ୍ୱାଇଁ, କମଳିନୀ ଦେବୀ, ଦୀନବନ୍ଧୁ ପଣ୍ଡା, ଡ. ରାଜୀବ ଷଡଙ୍ଗୀ, ସୌଦାମିନୀ ସାମନ୍ତରାୟ, ଡ. ରାଜଲକ୍ଷ୍ମୀ ଜେନା, ନିରୁପମା କର, ଭିକାରୀ ଧଳ, ପ୍ରଭାକର ମହା ପାତ୍ର, ଗୋଲକ ସାମନ୍ତରାୟ, ଦିଲ୍ଲୀପ ବେହୁରା, ସନ୍ତାପ ଜେନା, ଯୋଗୀନ୍ଦ୍ର ନାୟକ, ବଙ୍ଗାଳି ନନ୍ଦ, ମନମୋହନ ମିଶ୍ର, ଗଗନବିହାରୀ ନାୟକ, ବିଧୁଭୂଷଣ ତ୍ରିପାଠୀ, ପ୍ରଫୁଲ୍ଲ ମିଶ୍ର, ନିତ୍ୟାନନ୍ଦ ସାମନ୍ତରାୟ, ବିଭୂଦତ୍ତ ମେହେର, ଡ. ଅଭିୟ ନାରାୟଣ ନାୟକ, ଶଶି ପ୍ରଭା ଦାସ, ବିରଞ୍ଚି ଶତପାଥୀ, ସନ୍ତାପ ଜେନା, ବିଦେଶୀ ଭଞ୍ଜ, ଭାଗୀରଥୀ ସେଠୀ, ସଞ୍ଜୁଲତା ମହାନ୍ତି, ଶୈଳେନ୍ଦ୍ର କୁମାର ଜେନା, ଡ. ଦେବାଶିଷ ମହାପାତ୍ର, ଡ. ଅଶୋକ କୁମାର ସିଂହ, ଡ. ନାରାୟଣ ଦାସ ମଓ୍ୱତବାଲ୍, ସଂଜୟ ରଥ, ସୁଧୀର ମଉଡ଼ମଣି ପ୍ରମୁଖ ସ୍ୱରଚିତ ଲେଖା ପାଠ କରିଥିଲେ ।
Comments are closed.