ଶ୍ରୀଦେବୀଙ୍କ ଜୀବନୀ ଉପରେ ପୁସ୍ତକ ଲେଖିଲେ ଓଡ଼ିଆପୁଅ ସତ୍ୟାର୍ଥ

ଭୁବନେଶ୍ୱର: ଦିବଗଂତ ବଲିଉଡ୍ ଅଭିନେତ୍ରୀ ଶ୍ରୀଦେବୀଙ୍କ ଉପରେ ପୁସ୍ତକ ଲେଖି ଚର୍ଚ୍ଚାରେ ଆସିଛନ୍ତି ଓଡ଼ିଆ ଯୁବ ଲେଖକ ସତ୍ୟାର୍ଥ ନାୟକ। ଦୀର୍ଘ ୫ ଦଶନ୍ଧୀ ଧରି ରୂପେଲି ପରଦାରେ ଅଭିନୟ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶ୍ରୀଦେବୀଙ୍କ ଅଭିନୟର ଯାତ୍ରାକୁ ନିଜ ପୁସ୍ତକ ‘ଶ୍ରୀଦେବୀ- ଦ ଇଟରନାଲ ସ୍କ୍ରିନ୍ ଗଡେସ୍’ ନାଁରେ ସ୍ଥାନ ଦେଇଛନ୍ତି ସତ୍ୟାର୍ଥ।
ପୁସ୍ତକରେ ଶ୍ରୀଦେବୀଙ୍କ ଶିଶୁ କଳାକାରଠୁ ଆରମ୍ଭ କରି ମେଗା ଷ୍ଟାର ହେବା ପର୍ଯ୍ୟନ୍ତ ତାଙ୍କ କଳାକାର ଜୀବନର ସମସ୍ତ ଦିଗକୁ ଦେଖାଇଛନ୍ତି ସତ୍ୟାର୍ଥ। ଇଂରାଜୀ ଭାଷାରେ ଲିଖିତ, ଏହି ବହିର ପ୍ରକାଶନ ଦାୟିତ୍ୱ ନେଇଛି ପ୍ରଖ୍ୟାତ ପ୍ରକାଶନ ସଂସ୍ଥା ‘ପେଙ୍ଗୁଇନ’। ଦିଲ୍ଲୀରେ ଚାଲିଥିବା ଟାଇମ୍ସ ଲିଟ୍ ଫେଷ୍ଟ୍ରେ ଏହି ପୁସ୍ତକର ଉନ୍ମୋଚନ କରାଯାଇଛି।