Odisha Link
Bridging the Missing Links in Odisha

ଅଯୋଧ୍ୟା ମାମଲାରୁ ହଟିଲେ ରାଜୀବ ଧୱନ୍‌, ଫେସବୁକରେ ଲେଖିଲେ..

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟରେ ଅଯୋଧ୍ୟା ମାମଲାରେ ମୁସଲିସ୍‌ ପକ୍ଷ ପାଇଁ ଲଢ଼ୁଥିବା ବରିଷ୍ଠ ଓକିଲ ରାଜୀବ ଧଓ୍ବନ୍‌ ଏହି ମାମଲାରୁ ଓହରିଛନ୍ତି। ସେ ନିଜେ ହିଁ ଏହି ବିଷୟରେ ଘୋଷଣା କରିଛନ୍ତି। ସେ ବିନା ଦ୍ୱିଧାରେ ଏହାକୁ ଗ୍ରହଣ କରିଥିବା କହିଛନ୍ତି। ତେବେ ତାଙ୍କୁ ବାହାର କରାଯିବାର କାରଣ ଭୁଲ ଭାବେ ଦର୍ଶାଯାଇଥିବା ସେ ଧୱନ୍‌ କହିଛନ୍ତି।

ଆଜି ସକାଳ ସମୟରେ ସେ ଫେସବୁକ୍‌ରେ ଘୋଷଣା କରିଥିଲେ, “ଜାମିଆତକୁ ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍‌ ଅନ୍‌ ରେକର୍ଡ ଏଜାଜ୍‌ ମକବୁଲ୍‌ଙ୍କ ଦ୍ୱାରା ମୋତେ ବାବ୍ରି ମାମଲାରୁ ହଟାଯାଇଛି। ମୁଁ ଏହାକୁ ଗ୍ରହଣକରିଥିବା ନେଇ ସ୍ୱୀକାର ପତ୍ର ପଠାଇସାରିଛି। ଏହି ରିଭ୍ୟୁ ମାମଲା ସହ ମୁଁ ଆଉ ଜଡ଼ିତ ନାହିଁ।”

ଅଯୋଧ୍ୟା ମାମଲାରେ ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିକଟରେ ସେ ମୁସଲିମ୍‌ ପକ୍ଷ ପାଇଁ ଯୁକ୍ତି ରଖୁଥିଲେ। ସେ ମୋଟ ୪୦ ଦିନରୁ ୨ ସପ୍ତହ ଧରି ଯୁକ୍ତି ରଖିଥିଲେ।

Comments are closed.