ଓଡିଶାକୁ ମିଳିଲା ୱାର୍ଲଡ ହାବିଟାଟ୍ ଆୱାର୍ଡ
ଭୁବନେଶ୍ବର: ଜାଗା ମିଶନକୁ ପାଇଁ ମିଳିଲା ଆନ୍ତର୍ଜାତୀୟ ସ୍ୱୀକୃତି। ଜାଗା ମିଶନ ପାଇଁ ଓଡିଶାକୁ ମିଳିଲା ୱାର୍ଲଡ ହାବିଟାଟ୍ ଆୱାର୍ଡ। ବ୍ରିଟ୍ରେନ ସ୍ଥିତ ୱାଲର୍ଡ ହାବିଟାଟ୍ ସଂସ୍ଥା ପକ୍ଷରୁ ୟୁଏନ-ହାବିଟାଟ୍ ସହଯୋଗରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଜାଗା ମିଶନକୁ ବିଶ୍ୱର ସବୁଠୁ ବଡ ବସ୍ତି ଜମି ପ୍ରକଳ୍ପର ମାନ୍ୟତା ମିଳିଛି। ଏହି ଯୋଜନାରେ ସହରାଂଚଳ ବସ୍ତିରେ ରହୁଥିବା ଲକ୍ଷାଧିକ ଗରିବ ଲୋକ ଉପକୃତ ହେବେ। ସେମାନେ ସେଠାରେ ସ୍ୱାଭିମାନର ସହ ରହିବା ସହ ବାସଚ୍ୟୁତ ହେବାର ଭୟ ରହିବ ନାହିଁ। ୨୦୧୮ରେ ରାଜ୍ୟ ସରକାର ଏହି ଯୋଜନାକୁ ଆରମ୍ଭ କରିଥିଲେ। ବର୍ତମାନ ସୁଧା ୫୨ରୁ ଅଧିକ ପରିବାରକୁ ଜମି ଅଧିକାର ସାର୍ଟିଫିକେଟ ମିଳି ସାରିଥିବାବେଳେ ୧୭୨୫ ବସ୍ତିର ଡ୍ରୋନ୍ ଏବଂ ଜିଆଇଏସ୍ ଜ୍ଞାନକୌଶଳରେ ସର୍ଭେ ସରିଛି। ନିକଟରେ ଏହି ପ୍ରକଳ୍ପକୁ ଇଣ୍ଡିଆ ଜିଓସ୍ପେଶିଆଲ ଏକ୍ସଲେନ୍ସ ଆୱାର୍ଡ ମିଳିଥିଲା।
Comments are closed.