ଆଜି ରାଜ୍ୟସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍
ନୂଆଦିଲ୍ଲୀ: ଲୋକସଭାରେ ବହୁଚର୍ଚିତ ନାଗରିକତା ସଂଶୋଧନ ବିଲ୍ ଗୃହୀତ ହେବା ପରେ ଆଜି ରାଜ୍ୟସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍। ଏହି ବିଲ୍ ଉପରେ ୧୨ ଘଣ୍ଟା ଧରି ଆଲୋଚନା ପରେ ମଧ୍ୟରାତିରେ ଲୋକସଭାରେ ଅନୁମୋଦନ ଲାଭ କରିଥିଲା। ବିଲ୍ ସପକ୍ଷରେ ୩୧୧ ଜଣ ମତଦାନ କରିଥିବା ବେଳେ ୮୦ ଜଣ ଏହାର ବିରୋଧ କରିଥିଲେ। ଆଜି ବହୁଚର୍ଚିତ ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ଆଗତ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିଲାଗି ବିଜେପି ଡିସେମ୍ବର ୧୦ ଓ ୧୧ତାରିଖରେ ନିଜର ପାର୍ଟିର ରାଜ୍ୟସଭା ସାଂସଦଙ୍କ ପାଇଁ ହ୍ୱିପ ଜାରି କରିଛି।
ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ବିଲକୁ ରାଜ୍ୟସଭାରେ ପାସ କରିବା ପାଇଁ ୧୨୦ ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ବିଜେପି ପାଖରେ ଏବେ ୮୩ ଜଣ ସାଂସଦ ଅଛନ୍ତି । ଏହା ବ୍ୟତୀତ ଜେଡିୟୁର ୬ ଜଣ, ଏଆଇଡିଏମକେ ପାଖରେ ୧୧ ଜଣ ଓ ଅକାଳୀ ଦଳ ନିକଟରେ ୩ ଜଣ ସାଂସଦ ଏବଂ ୧୨ ଜଣ ମନୋନୀତ ସାଂସଦ ମଧ୍ୟ ବିଜେପିକୁ ସମର୍ଥନ ଜଣାଇବେ। ଏହା ବ୍ୟତୀତ ବିଜେଡ଼ି ଓ ୱାଇଏସଆର କଂଗ୍ରେସର ସାଂସଦମାନେ ମଧ୍ୟ ବିଲକୁ ସମର୍ଥନ ଜଣାଇବେ ବୋଲି ଆଶା କରାଯାଉଛି।
Comments are closed.