Odisha Link
Bridging the Missing Links in Odisha

ନାଗରିକତା ସଂଶୋଧନ ବିଲ୍ ବିରୋଧୀ ହିଂସାକାଣ୍ଡ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍ କୁ ବିରୋଧ କରି ବ୍ୟାପକ ହିଂସା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ପୋଡାଜଳା, ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ। କେନ୍ଦ୍ରମନ୍ତ୍ରୀ ରାମେଶ୍ବର ତେଲିଙ୍କ ଘର ଉପରକୁ ମଧ୍ୟ ଆକ୍ରମଣ କରିଛନ୍ତି ଆନ୍ଦୋଳନକାରୀ। ଡିବ୍ରୁଗଡ ଜିଲ୍ଲା ଦୁଲିଆଜନ ସ୍ଥିତ ମନ୍ତ୍ରୀଙ୍କ ଘର ଉପରକୁ ଆକ୍ରମଣ କରିଛନ୍ତି ଆନ୍ଦୋଳନକାରୀ। ମନ୍ତ୍ରୀଙ୍କ ଘରେ ଭଙ୍ଗାରୁଜା ମଧ୍ୟ କରିଛନ୍ତି । ରାମେଶ୍ବର ତେଲି ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ରାଷ୍ଟ୍ର ମନ୍ତ୍ରୀ ଅଛନ୍ତି। ସେ ଡିବ୍ରୁଗଡରୁ ପ୍ରତିନିଧିତ୍ବ କରୁଛନ୍ତି।

ଏହା ପୂର୍ବରୁ ଆନ୍ଦୋଳନକାରୀ ଆସାମ ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ମଧ୍ୟ ପଥର ଫିଙ୍ଗିଥିଲେ । ବିଜେପି ବିଧାୟକ ପ୍ରଶାନ୍ତ ଫୁକନ ଏବଂ ବିଜେପି ନେତା ସୁବାଷ ଦତ୍ତଙ୍କ ଘର ଉପରକୁ ମଧ୍ୟ ବିଲ୍ ବିରୋଧୀ ଆନ୍ଦୋଳନକାରୀ ଆକ୍ରମଣ କରିଥିଲେ । ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆସାମର ଗୌହାଟୀ, ତିନସୁକିଆ, ଡିବ୍ରୁଗଡ ଏବଂ ଜୋରାତ ଜିଲ୍ଲାରେ ଅତିରିକ୍ତ ସେନା ମୁତୟନ କରାଯାଇଛି। ସୂଚନା ଅନୁସାରେ, ନାଗରିକତା ସଂଶୋଧନ ବିଲ୍ ଗତ ୯ତାରିଖରେ ଲୋକସଭାରେ ପାସ୍ ହୋଇଥିବା ବେଳେ ଗତକାଲି ରାଜ୍ୟସଭାରେ ପାସ୍ ହୋଇଛି।

Comments are closed.