Odisha Link
Bridging the Missing Links in Odisha

ସିଏବି ପାଇଁ ନବୀନଙ୍କୁ ଟାର୍ଗେଟ

ଭୁବନେଶ୍ୱର: ବିବାଦୀୟ ନାଗରିକତା ସଂଶୋଧନ ବିଲ ଲୋକସଭା ପରେ ରାଜ୍ୟସଭାରେ ଅନୁମୋଦନ ଲାଭ କରିଛି। ଲୋକସଭାରେ ୩୧୧-୮୦ ଭୋଟରେ ଏହି ବିଲ ଗୃହୀତ ହୋଇଥିବାବେଳେ ରାଜ୍ୟସଭାରେ ୧୨୫-୧୦୫ ଭୋଟରେ ପାସ ହୋଇଛି। ଉଭୟ ଲୋକସଭା ଓ ରାଜ୍ୟ ସଭାରେ ଏହି ବିଲକୁ ବିଜେଡି ପକ୍ଷରୁ ସମର୍ଥନ କରାଯାଇଥିଲା । ଏହି ବିଲକୁ ବିରୋଧ କରି ଆସାମ ଓ ତ୍ରିପୁରାରେ ଚାଲିଥିବା ଆନେ୍ଦାଳନ ହିଂସାତ୍ମକ ମୋଡ଼ ନେଇଛି। ତେବେ ନାଗରିକତା ସଂଶୋଧନ ବିଲକୁ ବିଜେଡି ସମର୍ଥନ କରିବା ପ୍ରସଙ୍ଗରେ ବିଜେଡିକୁ କଡ଼ା ସମାଲୋଚନା କରିଛି କଂଗ୍ରେସ ଓ ଆରଜେଡି ।
ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା ବି.କେ ହରିପ୍ରସାସ କହିଛନ୍ତି ଯେ, ଏହି ବିଲକୁ ସମର୍ଥନ କରିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିଜେଡିକୁ ବ୍ଲକମେଲିଂ କରିଥିବେ। ବ୍ଲାକମେଲିଂ କରି ଚିଟଫଣ୍ଡ ପେଡ଼ି ଖୋଲିବେ ବୋଲି ଧମକାଇ ଥିବେ । ବିଜେଡି-ବିଜେପି ମିଶି ଜିନ୍ନାଙ୍କ ସ୍ୱପ୍ନ ପରଣ ପାଇଁ ଚେଷ୍ଟା କରିଛନ୍ତି।
ସେପଟେ ନାଗରିକତା ସଂଶୋଧନ ବିଲକୁ ବିଜେଡି ସମର୍ଥନ କରିବା ପ୍ରସଙ୍ଗରେ ଆରଜେଡି ନେତା ମନୋଜ ଝା କହିଛନ୍ତି ଯେ, ବିଜୁ ବାବୁ ଥିଲେ ଏମିତି ହୋଇନଥାନ୍ତା। ବିଜୁ ବାବୁଙ୍କ ନାମରେ ପାର୍ଟି, ବିଜୁ ବାବୁ ଥିଲେ କ’ଣ ଏମିତି ହୋଇଥାନ୍ତା । ଆଜି ଯେମିତି ସମ୍ବିଧାନ ଫର୍ଦ୍ଧରେ କାଳିମା ଲାଗିଲା, ବିଜୁ ବାବୁ ଥିଲେ ହୋଇନଥାନ୍ତା। କେଜାଣି ନବୀନ ବାବୁଙ୍କ କ’ଣ ଦୁର୍ବଳତା ଅଛି ବୋଲି ମନୋଜ କହିଛନ୍ତି ।

Comments are closed.