ଲୋକଙ୍କ ବିରୋଧ ପରେ ଫେରିଲା ବୁଲଡୋଜର
ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ଜବରଦଖଲମୁକ୍ତ କରିବାକୁ ଆଜି ସକାଳୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ଏହାକୁ ଜୋରଦାର ବିରୋଧ କରିବା ସହ ସ୍ଥାନୀୟ ବାସିନ୍ଦା ଧାରଣାରେ ବସିଛନ୍ତି।
ସୂଚନା ଅନୁଯାୟୀ,ଆଜି ସକାଳେ ତାରିଣୀ ମନ୍ଦିର ଭାଙ୍ଗିବାକୁ ବୁଲଡୋଜର ଆସିଥିଲା। ପ୍ରଶାସନିକ ଅଧିକାରୀ ବି ଉପସ୍ଥିତ ଥିଲେ। କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କ ଜୋରଦାର ବିରୋଧକୁ ଦେଖି ବୁଲଡୋଜର ଫେରି ଯାଇଛି। ପ୍ରତିବାଦରେ ବହୁ ଲୋକେ ଧାରଣାରେ ବସିଛନ୍ତି। ଧାରଣା ପ୍ରତ୍ୟାହର କରିବା ନିମନ୍ତେ ସେମାନଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ସମୟ ଦେଇଛି ପ୍ରଶାସନ।
ସେପଟେ ଲିଙ୍ଗରାଜ ମନ୍ଦିର ପଛପଟେ ଥିବା ମେଡିକାଲ ଅଞ୍ଚଳରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। କିଛି ଦୋକାନକୁ ହଟାଇଛି ପ୍ରଶାସନ। ଘଟଣାସ୍ଥଳରେ ବିଏମ୍ସି ଓ ବିଡିଏର ଅଧିକାରୀ ଉପସ୍ଥିତ ରହି ଅନୁଧ୍ୟାନ କରୁଛନ୍ତି।
Comments are closed.