ହାତୀ ବେକରେ ଲାଗିବ ରେଡିଓ କଲାର
ଭୁବନେଶ୍ୱର: ବହୁ ଦିନରୁ ବିଭିନ୍ନ ଘଟଣାରେ ଗଜରାଜଙ୍କ ଅକାଳ ପ୍ରାଣହାନୀ ଘଟିବା ଭଳି ଘଟଣା ଘଟିଛି। କେଉଁଠି ବିତ୍ୟୁତ ତାର ସଂସ୍ପର୍ଶରେ ଆସି ତ କେଉଁଠି ଟ୍ରେନ ଧକ୍କାରେ ଗଜରାଜଙ୍କ ମୃତ୍ୟୁ ହେବା ଭଳି ଘଟଣା ଘଟିଛି। ତେବେ ଏବେ ରାଜ୍ୟରେ ହାତୀ ସୁରକ୍ଷା ପାଇଁ ସରକାର ଏକ ନୂଆ ଉଦ୍ୟମ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଓ କନ୍ଧମାଳର ମଧ୍ୟବର୍ତ୍ତୀ ଅଞ୍ଚଳରେ ହାତୀ ଅଭୟାରଣ୍ୟ କରାଯିବାକୁ ସରକାର ଯୋଜନା କରିଛନ୍ତି। ଦୂରରୁ ହାତୀର ଶବ୍ଦ ଶୁଣି ଲୋକଙ୍କୁ ସତର୍କ କରାଯିବା ଲାଗି ବ୍ୟବସ୍ଥା ମଧ୍ୟ କରାଯିବ। ହାତୀ ଶବ୍ଦ ଶୁଣିପାରିବା ଲାଗି ନୂତନ ଇନଫ୍ରା ରେଞ୍ଜ ଯନ୍ତ୍ର ପ୍ରସ୍ତୁତ କରାଯିବ। ସୁରକ୍ଷାରେ ଟେକ୍ନୋଲୋଜି ବ୍ୟବହାର ପାଇଁ ଆଇଆଇଟି ଭୁବନେଶ୍ୱର ସହ ଆଲୋଚନା କରାଯାଇଛି। ସବୁଠାରୁ ବଡ଼ କଥା ହେଲା ଯେ, ଜଙ୍ଗଲରେ ଦୁର୍ଦ୍ଧାନ୍ତ ହୋଇ ବୁଲୁଥିବା ହାତୀଙ୍କ ବେକରେ ରେଡିଓ କଲାର ଲଗାଯିବ ବୋଲି ଚିଫ ୱାଇଲ୍ଡ ଲାଇଫ ୱାର୍ଡେନ ହରିଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତି ।
Comments are closed.