Odisha Link
Bridging the Missing Links in Odisha

ତେଲେଙ୍ଗାନା ଏନକାଉଣ୍ଟରର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ତେଲେଙ୍ଗାନା ଏନକାଉଣ୍ଟର ଘଟଣାରେ ଗୁରୁବାର ଏକ ବଡ଼ ଘଟଣା ସାମନାକୁ ଆସିଛି। ତେଲେଙ୍ଗାନା ପୁଲିସ ଦ୍ୱାରା ୪ ଦୁଷ୍କର୍ମୀଙ୍କୁ ଏନକାଉଣ୍ଟର ଘଟଣାର ବିଚାର ବିଭାଗୀୟ ତଦନ୍ତ ହେବ । ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯିବାକୁ ସୁପି୍ରମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ ହାଇଦ୍ରାବାଦ ଡାକ୍ତରାଣୀ ଦିଶା ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୪ ଜଣ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର କରିଥିଲା ପୁଲିସ। ନଭେମ୍ବର ୨୭ ତାରିଖ ରାତିରେ ଏନଏଚ-୪୪ରେ ଯେଉଁ ସ୍ଥାନରେ ମହିଳା ଡାକ୍ତରଙ୍କ ସହ ଗଣଦୁଷ୍କର୍ମ ହେଲା ସେହି ସ୍ଥାନରେ ହିଁ ତେଲେଙ୍ଗାନା ପୁଲିସ ୪ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର କରିଥିଲା।

Comments are closed.