Odisha Link
Bridging the Missing Links in Odisha

କୋର୍ଟରେ ସାକ୍ଷ୍ୟ ଦେଲେ ଉନ୍ନାଓ ଠାରୁ ଆହୁରି ଭୟଙ୍କର ହେବ ପରିଣାମ, ଏଭଳି ଆସିଲା ଧମକ

ନୂଆଦିଲ୍ଲୀ: ସାକ୍ଷ୍ୟ ଦେବା ପାଇଁ କୋର୍ଟରେ ପହଞ୍ଚିଲେ ପରିଣାମ ଭୟଙ୍କର ହେବ। ଉନ୍ନାଓ ଘଟଣାଠାରୁ ଆହୁରି ଭୟଙ୍କର ହେବ ବୋଲି ଜଣେ ଦୁଷ୍କର୍ମ ପୀଡିତାଙ୍କୁ ଧମକ ମିଳିଛି। ପ୍ରାୟ ଏକ ବର୍ଷ ପୂର୍ବେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କ ଘର ଦୁଆର ମୁହଁ କାନ୍ଥରେ ଏଭଳି ଏକ ଧମକପୂର୍ଣ୍ଣ ପୋଷ୍ଟର ଲଗା ଯାଇଥିବା ଦେଖିବାକୁ ମିଳିଛି। ଆସନ୍ତାକାଲି ପୀଡ଼ିତା ଜଣଙ୍କ ଦିଲ୍ଲୀ କୋର୍ଟରେ ନିଜର ବୟାନ ରେକର୍ଡ କରାଇବାକୁ ଯିବେ। ତେବେ ଏହା ପୂର୍ବରୁ ବାଘପଟରେ ଥିବା ପୀଡ଼ିତାଙ୍କ ଘର ଆଗରେ ଏଭଳି ଧମକପୂର୍ଣ୍ଣ ପୋଷ୍ଟର ମରାଯାଇଛି।

ଗତବର୍ଷ ଦିଲ୍ଲୀର ମୁଖାର୍ଜୀ ନଗରରେ ମହିଳା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିଲେ। ଜୁଲାଇ ମାସରେ ସେ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ସେ ଗତକାଲି ଜାମିନରେ ଖଲାସ ହୋଇଛି। ଜେଲରୁ ମୁକୁଳିବା ପରେ ଆଜି ଏଭଳି ପୋଷ୍ଟର ସାମ୍ନାକୁ ଆସିଛି। ଘଟଣା ପରେ ପୁଲିସ୍ ପୁଣି ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ପୀଡ଼ିତାଙ୍କୁ ସୁରକ୍ଷା ଯୋଗାଇ ଦେଇଛି।

Comments are closed.