୧୬ ପର୍ଯ୍ୟନ୍ତ ଚାଲିବ ଭୁବନେଶ୍ବର ମିନି ଅଟୋ ଏକ୍ସପୋ

ଭୁବନେଶ୍ବର: ରେସ୍ପନ୍ସ ମାର୍କେଟିଂ ସର୍ଭିସେସ୍ ପକ୍ଷରୁ ସହିଦନଗର ଦୁର୍ଗାପୂଜା ପଡ଼ିଆରେ ମିନି ଅଟୋ ଏକ୍ସପୋ ୨୦୧୯ର ଆୟୋଜନ କରାଯାଇଛି। ଗତକାଲି ସନ୍ଧ୍ୟାରେ ଭୁବନେଶ୍ବର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସର ଉପ ମହାପ୍ରବନ୍ଧକ ତଫିକ୍ ଆଲମ୍ ଉଦ୍ଘାଟନ କରିଛନ୍ତି। ଏହି ଏକ୍ସପୋ ଚାରି ଦିନ ପର୍ଯ୍ୟନ୍ତ ଚାଲିବ। ଏହି ଏକ୍ସପୋରେ ୩୦ଟି ଷ୍ଟଲ୍ ରହିଥିବା ବେଳେ ୧୫ କଂପାନି ଭାଗ ନେଇଛନ୍ତି। ଟାଟା ମୋଟର୍ସ, ଫୋର୍ଡ, ହୋଣ୍ଡା, ସୁଜୁକି, ଟୟୋଟା, ହୁଣ୍ଡାଇ, ମହିନ୍ଦ୍ରା, ଜ୍ୟୋତି ସୁଜୁକି, ନେକ୍ସା, ମାରୁତି ସୁଜୁକି ଆରେନା, ଉଷା କମ୍ୟୁନିକେସନ ଏଣ୍ଟରପ୍ରାଇଜେସ୍, ଟ୍ରିନିଟି ସ୍କୋଡ଼ା, ନିସାନ୍ ଓ ଡାଟସନ୍ ଏଥିରେ ଅଂଶଗ୍ରହଣ କରି ନିଜର କାର୍, ଏସ୍ୟୁଭି ଓ ଦୁଇ ଚକିଆ ଗାଡ଼ିଗୁଡ଼ିକୁ ପ୍ରଦର୍ଶନ କରିଛନ୍ତି।