ସୁଶାନ୍ତଙ୍କ ବିରୋଧରେ ଅଭିଯୋଗ ଆଣିଲା ବିଜେପି
ଭୁବନେଶ୍ୱର: ମନ୍ତ୍ରୀ ସୁଶାନ୍ତଙ୍କ ବିରୋଧରେ ରାଜ୍ୟ ବିଜେପି ପକ୍ଷରୁ ଏକ ଗୁରୁତର ଅଭିଯୋଗ ଅଣାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି ଯେ, ମନ୍ତ୍ରୀ ଶ୍ରୀ ସିଂହ ବରଗଡ଼ର ୯ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କୁ ବିଜେଡିକୁ ନେବା ପାଇଁ ଚେଷ୍ଟା କରୁଛନ୍ତି। ବରଗଡ଼ ପିଡି ଡିଆରଡିଏ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ସହଯୋଗ କରୁନାହାନ୍ତି। ପୂର୍ବରୁ ମୟୂରଭଞ୍ଜରେ ବି ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ଫେରି ଆସିଲେ। ବାହୁବଳ ଓ ପ୍ରଶାସନିକ କଳକୁ ବ୍ୟବହାର କଲେ ମଧ୍ୟ ସଫଳ ହେବେନି ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
Comments are closed.