ନବ ଦମ୍ପତି ପିନ୍ଧିଲେ ପିଆଜ-ରସୁଣ ମାଳ, ନେତା କହିଲେ..
ବାରଣାସୀ: ସାରା ଦେଶରେ ପିଆଜକୁ ନେଇ ଦେଶବାସୀ ଚିନ୍ତାରେ ଥିବାବେଳେ ବାରଣାସୀରେ ଦେଖିବାକୁ ମିଳିଛି ଏକ ଦୃଶ୍ୟ। ନବଦମ୍ପତି ବିବାହ ବେଦିରେ ପିଆଜ ମାଳ ପକାଇବା ଫଟୋ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। କେବଳ ପିଆଜ ମାଳ ପକାଇବା ଦୃଶ୍ୟ ଦେଖିବାକୁ ମିଳିନଥିଲା ଏଥିସହିତ ଆସୁଥିବା ଅତିଥି ନବଦମ୍ପତ୍ତିଙ୍କୁ ପିଆଜ ଉପହାର ଦେବା ଫଟୋ ସାମ୍ନାକୁ ଆସିଛି।
ସମାଜବାଦୀ ନେତା କମଲ ପଟେଲ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ପିଆଜ ଓ ରସୁଣ ଦର ଆକାଶ ଛୁଆଁ। ସୁନା ପରି ପିଆଜର ଚାହିଦା ବଢ଼ିଯାଇଛି। ଆଉ ଜଣେ ସମାଜବାଦୀ ନେତା କହିଛନ୍ତି ଯେ, ନବ ଦମ୍ପତିଙ୍କ ପାଇଁ ଏହା ଏକ ଐତିହାସିକ ଅବସର। ଆଉ ପିଆଜ ଦର ଦାମ ବୃଦ୍ଧିକୁ ନେଇ ନବ ଦମ୍ପତି ଏଭଳି ବିରୋଧ ପ୍ରକାଶ କରୁଛନ୍ତି ବୋଲି କହିଛନ୍ତି ଜଣେ ସମାଜବାଦୀ ନେତା।
Comments are closed.