Odisha Link
Bridging the Missing Links in Odisha

ଭିକ୍ଷାବୃତ୍ତିଧାରୀଙ୍କୁ ରାସନ ଚାଉଳ

ରାୟଗଡ଼ା: ଭିକ୍ଷାବୃତ୍ତି କରି ଚଳୁଥିବା ବ୍ୟକ୍ତିଙ୍କୁ ରାସନ ଚାଉଳ ପ୍ରଦାନ କରାଯାଇଛି। ସେ ପୁଣି ସ୍ଥାୟୀ ଲୋକ ଅଦାଲତରେ ତାଙ୍କୁ ଚାଉଳ ପ୍ରଦାନ କରାଯାଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ଆଧାର କାର୍ଡ ନଥିବାରୁ ସେ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଥିଲେ । ତାଙ୍କର ଆଧାର କାର୍ଡ ନଥିବାରୁ ହିତାଧିକାରୀ ତାଲିକାରୁ ବାଦ ପଡ଼ିଥିଲେ । ତେବେ ଏଭଳି ଘଟଣା ସାମନାକୁ ଆସିବା ପରେ ତାଙ୍କୁ ସ୍ଥାୟୀ ଲୋକ ଅଦାଲତରେ ୩୦କେଜି ଚାଉଳ ପ୍ରଦାନ କରାଯାଇଛି । ଜଜଙ୍କ ଉପସ୍ଥିତିରେ ଯୋଗାଣ ଅଧିକାରୀ ସମ୍ପୃକ୍ତ ଭିକ୍ଷାବୃତ୍ତିଧାରୀଙ୍କୁ ୩୦ କେଜି ଚାଉଳ ପ୍ରଦାନ କରିଛନ୍ତି ।

Comments are closed.