ଏଜିରୁ ଆଚାର୍ଯ୍ୟବିହାର ରାସ୍ତାର ନାଁ ବଦଳିଲା

ଭୁବନେଶ୍ୱର: ରାଜଧାନୀର ଏକ ପ୍ରମୁଖ ରାସ୍ତାର ନାମକୁ ବଦଳାଯାଇଛି। ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାଁକୁ ପରିବର୍ତ୍ତନ କରାଯାଇଛି। ଉକ୍ତ ରାସ୍ତାର ନାମକୁ ‘ଲୋକସେବା ମାର୍ଗ’ ନାମରେ ନାମିତ କରାଯାଇଛି। ଏଜିରୁ ଆଚାର୍ଯ୍ୟ ବିହାର ରାସ୍ତାକୁ ଲୋକେ ଲୋକସେବା ମାର୍ଗ ଭାବେ ଜାଣିବ। ରାଜ୍ୟ ସଚିବାଳୟ ନାଁ ଲୋକସେବା ଭବନକୁ ପରିବର୍ତ୍ତନ ପରେ ରାସ୍ତାର ନାଁ ମଧ୍ୟ ବଦଳିଛି।